ପାକିସ୍ତାନର ନୂଆ ରହସ୍ୟ : ଆଇନାରେ ଦେଖା ଯାଉନାହିଁ ପ୍ରଧାନମନ୍ତ୍ରୀ ଇମରାନ୍ ଖାନଙ୍କ ପତ୍ନୀଙ୍କ ମୁହଁ

ପାକିସ୍ତାନର ନୂଆ ରହସ୍ୟ । ପାକିସ୍ତାନୀ ଟିଭି ଚ୍ୟାନେଲ୍ କ୍ୟାପିଟାଲ ଟିଭିର ଅଦ୍ଭୁତ ଦାବି । ଆଇନାରେ ଦେଖା ଯାଉନାହିଁ ପାକିସ୍ତାନର ପ୍ରଥମ ମହିଳା ବୁଶରା ବିବିଙ୍କ ମୁହଁ । ପ୍ରଧାନମନ୍ତ୍ରୀ ବାସଭବନର ହାଉସ୍ ଷ୍ଟାଫଙ୍କ ଠାରୁ ଏହି ଖବର ମିଳିଥିବା ଜଣାପଡ଼ିଛି । ନ୍ୟୁୟର୍କରେ ହେବାକୁ ଥିବା ୭୪ ତମ UNGA ସେସନ୍ ଆରମ୍ଭ ହେବା ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍ ବୁଶରା ବିବିଙ୍କ ସହ ମକ୍କାରେ ଉମରାହ କରିଥିଲେ । ଏହି ସମୟରେ ବୁଶରା ବିବିଙ୍କୁ ଗୋଡଠୁ ମୁଣ୍ଡ ପର୍ଯ୍ୟନ୍ତ ଘୋଡା ଯାଇଥିବା ଦେଖିବାକୁ ମିଳିଥିଲା ।

bushra-bibi ପ୍ରଧାନମନ୍ତ୍ରୀ ହେବାର ୬ ମାସ ପୂର୍ବରୁ ଇମରାନ୍‌ ଖାନ୍ ବୁଶରା ବିବିଙ୍କୁ ବିବାହ କରିଥିଲେ । ସୂଚନା ଅନୁସାରେ ବୁଶରା ହେଉଛନ୍ତି ଜଣେ ଆଧ୍ୟାତ୍ମିକ ଗୁରୁ । ତାଙ୍କ ଯାଦୁ ବିଦ୍ୟା ଯୋଗୁ ଆଇନାରେ ମୁହଁ ଦେଖା ଯାଉନଥିବା ଜଣାପଡ଼ିଛି । ସେ ୫ଟି ପିଲାର ମା’ ଓ ତାଙ୍କ ବୟସ ୪୦ ବର୍ଷ । ଇମରାନ୍‌ ଖାନ୍ ବୁଶରା ବିବିଙ୍କୁ ତୃତୀୟ ବିବାହ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.