Below header

ହାଇଟେକ୍ ଭିକାରୁଣୀ : ଜିନ୍ସ, ଟି ସାର୍ଟ ପିନ୍ଧି ଅଟୋରେ ବୁଲି ମାଗୁଛନ୍ତି ଭିକ

କଟକ : ରାଜ୍ୟର ବିିଭିନ୍ନ ସ୍ଥାନରେ ଭିକ୍ଷାବୃତ୍ତି କରୁଛନ୍ତି ସୁନ୍ଦରୀ ତରୁଣୀ। ଏବେ କଟକର ବିଭିନ୍ନ ସ୍ଥାନରେ ଏଭଳି ଯୁବତୀଙ୍କୁ ଦେଖିବାକୁ ମିଳିଛି। ଦିନବେଳା ସହରର ଘର ଘର ବୁଲି ଭିକ୍ଷାବୃତ୍ତି କରୁଥିବାରୁ ଏହା ସ୍ଥାନୀୟ ଲୋକଙ୍କ ମଧ୍ୟରେ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଭଳି ଭିକମାଗିବା ପଛରେ ଉଦ୍ଦେଶ୍ୟ କଣ ତାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଚି। ସୁନ୍ଦରୀ, ଅତ୍ୟାଧୁନିକ ବେଶପୋଷାକରେ ଭିକ ମାଗୁଥିବା ଯୁବତୀମାନେ କେବଳ ଭିକ୍ଷାବୃତ୍ତିରେ ଲିପ୍ତ ନା ଏହା ପଛରେ କିଛି ମନ୍ଦ ଉଦ୍ଦେଶ୍ୟ ରହିଛି ତାକୁ ନେଇ ସହରବାସୀଙ୍କ ମନରେ ସନ୍ଦେହ। ସେପଟେ ଘଟଣାର ଛାନଭିନ କରି କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କହିଛନ୍ତି କଟକ ଡିସିପି ଅଖିଳେଶ୍ୱର ସିଂହ।

ଏହା ପୂର୍ବରୁ ମଧ୍ୟ ସମାନ ଦୃଶ୍ୟ ସମ୍ବଲପୁର ନକ୍ସାପାଲି ଅଞ୍ଚଳରେ ଦେଖିବାକୁ ମିଳିଥିଲା ।  ଜିନ୍ସ, ଟି ସାର୍ଟ ସାଙ୍ଗକୁ ଫୁଲ ସୁ । ପୂରା ଷ୍ଟାଇଲିସ । ଆଉ ରାଜରାସ୍ତା ଉପରେ ଷ୍ଟାଇଲରେ ମାଗୁଥିଲେ ଟଙ୍କା । ଲୋକମାନେ ବି ବଢ଼ାଇ ଦେଉଥିଲେ ୫୦, ଶହେ ଓ ୫ ଶହ ଟଙ୍କିଆ ନୋଟ୍‌ ।  ସମ୍ବଲପୁର-କଟକ ଜାତୀୟ ରାଜପଥ ୫୩ ନମ୍ବରରେ ଗତକାଲି ଆଧୁନିକ ବେଶଭୂଷାରେ ୭ ଜଣ ଯୁବତୀ ଲୋକଙ୍କୁ ଅଟକାଇ ଭିକ ମାଗିଥିଲେ । କୌଣସି ଆଶ୍ରମ ଓ କିଛି ଅସୁସ୍ଥ ରୋଗୀଙ୍କ ପାଇଁ ଚିକିତ୍ସା ନାଁରେ ସେମାନେ ସହାୟତା କରିବାକୁ କହିଥିଲେ । ଏମାନଙ୍କ ଘର ଗୁଜୁରାଟର ଅହମ୍ମଦାବାଦରେ । ହେଲେ ଯୁବତୀଙ୍କ ହାବଭାବ ଉପରେ କିଛି ଲୋକଙ୍କ ସନ୍ଦେହ ହେବାରୁ ସେମାନେ ଧନୁପାଲି ଥାନାକୁ ଖବର ଦେଇଥିଲେ । ନିଜର ଘରଦ୍ୱାର ନଥିବାରୁ ସେମାନେ ଭିକ୍ଷାବୃତ୍ତି କରୁଥିଲେ ବୋଲି ପୋଲିସକୁ ଯୁବତୀମାନେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.