ଘର ଆଗରେ ଚା ଦୋକାନ କରି ପରିବାର ଖର୍ଚ୍ଚ ତୁଲାଇବା ସହ ନିଜର ପାଠପଢ଼ା ଖର୍ଚ୍ଚ ଉଠାଉଛନ୍ତି ଦୁଇ ଭଉଣୀ

କଥାରେ ଅଛି ଇଚ୍ଛା ଥିଲେ ସୁଯୋଗ ଆପେ ଆପେ ଆସେ । ଆଉ ଏକଥା ପ୍ରମାଣ କରି ଦେଖାଇଛନ୍ତି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍‌ କୁଡୁତାଇ ଗାଁର ଦୁଇ ଭଉଣୀ ଲିପିକା ଓ ଶର୍ମିତା ।

କଲେଜରେ ପାଠ ପଢ଼ନ୍ତି ଏ ଦୁଇ ଭଉଣୀ । ବାପା ବାହାରେ ଦାଦନ ଖଟୁଛନ୍ତି । ପରିବାର କହିଲେ ମାଆ ଏବଂ ଆଉ ଦୁଇ ଭଉଣୀ । ଆର୍ଥିକ ଅବସ୍ଥା ଭଲନଥିବାରୁ ଘର ଆଗରେ ଚାହା ଦୋକାନ ଦେଇ ଦୁଇ ଭଉଣୀ ଯାହା ରୋଜଗାର କରୁଛନ୍ତି ସେଥିରେ ପରିବାର ଚଳିବା ସହ ତୁଲାଉଛନ୍ତି ସେମାନଙ୍କ ପାଠପଢ଼ା ଖର୍ଚ୍ଚ । ଏଥିପାଇଁ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି ଏ ଦୁଇ ଭଉଣୀ । ଏମାନଙ୍କ ନିଷ୍ଠା ଓ ପରିଶ୍ରମ ଦେଖି ଆଖପାଖ ଲୋକେ ବାଃ ବା କରୁଛନ୍ତି ।

ନିଜେ ଜମିହରା ହୋଇଥିବାରୁ ସରକାରୀ ଜାଗାରେ କୁଡ଼ିଆ ଖଣ୍ଡେ କରି ମୁଣ୍ଡ ଗୁଞ୍ଜିଛି ଏ ପରିବାର । ବାପା ଯାହା ଟଙ୍କା ପଇସା ପଠାନ୍ତି ସେଥିରେ ଏତେ ବଡ଼ ପରିବାର ଚଳିବା କଷ୍ଟକର । ରାସନକାର୍ଡରେ କିଛି ଚାଉଳ ବ୍ୟତୀତ ପଞ୍ଚାୟତରୁ ଆଉ କିଛି ସହାୟତା ମିଳୁନି । ଆମ ଠାରୁ ଖବର ପାଇବା ପରେ ଏ ପରିବାରକୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି ପଞ୍ଚାୟତ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.