Below header

ଝାରସୁଗୁଡା : ନାବାଳକଙ୍କୁ ପୋଡି ମାରିଦେବାକୁ ଉଦ୍ୟମ ଅଭିଯୋଗ

ଝାରସୁଗୁଡା : ନାବାଳକଙ୍କୁ ପୋଡି ମାରିଦେବାକୁ ଉଦ୍ୟମ ହୋଇଥିବା ଅଭିଯୋଗ । ଝାରସୁଗୁଡା ନିକଟସ୍ଥ ଚିଠୁଆପଡାରୁ ଏହି ଅଭିଯୋଗ ଆସିଛି । ଚିଠୁଆପଡାର ୧୨ ବର୍ଷର ନାବାଳକ ଅକ୍ଷୟ ଓରାମ ଗତକାଲି ନାମ ସଂକୀର୍ତ୍ତନ ଦେଖିବାକୁ ଯାଇଥିଲେ । ଆଜି ତାଙ୍କୁ କେହି ପୋଡିଦେଇଥିବା ଘରଲୋକ ଜାଣିବାକୁ ପାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅକ୍ଷୟଙ୍କ ଶରୀରର ୯୦ ପ୍ରତିଶତ ପୋଡିଯାଇଥିବା ଜଣାପଡିଛି । ପୋଲିସ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.