ଅଳିଆ ଗଦାରେ ଔଷଧ

କେନ୍ଦୁଝର : ଅଳିଆ ଗଦାରେ ଫିଙ୍ଗାଯାଇଛି ଔଷଧ । କେନ୍ଦୁଝର ଜିଲ୍ଳା ଆନନ୍ଦପୁର ବ୍ଲକ ବେଲବାହାଳି ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଗାଁର ଆମ୍ବ ତୋଟା ମୂଳେ ଶହ ଶହ ବୈଧ ଥିବା ଔଷଧ ଫିଙ୍ଗାଯାଇଛି । ଗାଁ ଲୋକେ ଏହା ଦେଖି ଖବର ଦେବା ପରେ ସିଡିଏମଓଙ୍କ ନିର୍ଦ୍ଦେଶକ୍ରମେ ଫକିରପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ଏକ ଟିମ୍‌ ପହଞ୍ଚି ଘଟଣାର ତଦନ୍ତ କରିଛି । ଏହି ସବୁ ଔଷଧ ଛାତ୍ରଛାତ୍ରୀଙ୍କୁ ବଣ୍ଟାଯିବା ପାଇଁ ସ୍କୁଲ ଗୁଡିକୁ ଦିଆଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । କିନ୍ତୁ ଏହି ଔଷଧ ଏଠାରେ କିଏ ଏବଂ କାହିଁକି ଫୋପାଡିଲା ତାହା ସ୍ପଷ୍ଟ ହୋଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.