Below header

ଚେକ୍‌ ବାଉନ୍ସ ଘଟଣାରେ ‘ଗୋଲଡେନ୍‌ ବାବା’ ଗିରଫ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଠକେଇ ଅଭିଯୋଗରେ ଗୋଲଡେନ ବାବା ଓରଫ୍‌ ଜ୍ୟୋତିରଞ୍ଜନ ବେଉରା ଗିରଫ । ତାଙ୍କ ନାଁରେ ଜଣେ ବ୍ୟକ୍ତି ଚେକ୍‌ ବାଉନ୍ସ ଅଭିଯୋଗ ଆଣିଥିଲେ । ଏହା ପରେ ଜ୍ୟୋତିକୁ ଗିରଫ କରିଛି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ପୋଲିସ । ଅଭିଯୋଗ ହେଉଛି, ଜଣେ ବ୍ୟକ୍ତିଙ୍କ ସହ ଜମି କିଣାବିକାକୁ ନେଇ ଡିଲ୍‌ ହୋଇଥିଲା ସେହି ଅନୁଯାୟୀ ସେ ଚେକ୍‌ ଦେଇଥିଲେ । ତେବେ ଜ୍ୟୋତି ଦେଇଥିବା ଚେକ୍‌ ବାଉନ୍ସ ହୋଇଯିବାରୁ ସଂପୃକ୍ତ ବ୍ୟକ୍ତି ଜଣକ ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ । ଏହାପରେ ଆଜି ତାଙ୍କୁ ଗିରଫ କରାଯାଇଛି ।

କିଏ ଏହି ଗୋଲଡେନ୍‌ ବାବା

ଏଇ ଫଟୋ ଦେଖିଲେ ଆପଣ ଭଲ ଭାବେ ଜାଣି ପାରୁଥିବେ ଜ୍ୟୋତିଙ୍କ ନାଁ କାହିଁକି ହୋଇଛି ଗୋଲଡେନ୍‌ ବାବା । ସେ ହାତ ଓ ବେକରେ ମାଳ ମାଳ ସୁନା ପିନ୍ଧୁ ଥିବାରୁ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଗୋଲଡେନ୍‌ ବାବା ନାମରେ ପରିଚିତ । ତେବେ ତାଙ୍କ ପେସା ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବେ କେହି ଜାଣନ୍ତି ନାହିଁ । ତେବେ ସେ ସ୍ଥାନୀୟ ଅଞ୍ଚଳରେ ରହିି କିଛି ସାମାଜିକ କାର୍ଯ୍ୟରେ ସଂପୃକ୍ତ ଥିଲେ ବୋଲି ସୂଚନା ମିଳିଛି ।ପୋଲିସ୍‌ ଘଟଣାର ତଦନ୍ତ କରୁଛି ।

GOLDEN BABA-2

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.