ଟିମ୍ ଇଣ୍ଡିଆ କୋଚ୍ ରବି ଶାସ୍ତ୍ରୀ କଲେ ଏମିତି କାମ, ଲଜ୍ଜାରେ ତଳକୁ ହୋଇଗଲା ୧୦୦ କୋଟି ଭାରତୀୟଙ୍କ ମୁଣ୍ଡ

ବିବାଦର ବାରୁଦରେ ଟିମ୍ ଇଣ୍ଡିଆ କୋଚ୍ ରବି ଶାସ୍ତ୍ରୀ । କିଛି ଦିନ ତଳେ ଲାଇଭ୍ ସମୟରେ ଅଶ୍ଳୀଳ ଭାଷା କହି ଚର୍ଚ୍ଚାର ବିଷୟ ପାଲଟିଥିଲେ ରବି ଶାସ୍ତ୍ରୀ । ଏବେ ପୁଣି ଆଉ ଏକ କାରନାମା କରି ପାଲଟିଛନ୍ତି ଗଣମାଧ୍ୟମର ଖବର । ମେଲବର୍ଣ୍ଣ ଟେଷ୍ଟ ସମୟରେ ବସ୍ରୁ ବାହାରିବାବେଳେ ଶାସ୍ତ୍ରୀ ବିୟର ପିଉଥିବାର ଏକ ଭିଡିଓ ଏବେ ବେଶ୍ ଚର୍ଚ୍ଚାରେ।

ଭିଡିଓରେ ଦେଖିବାକୁ ମିଳିଛି, ମ୍ୟାଚ୍ ପରେ ହୋଟେଲକୁ ଫେରୁଥିଲା ଟିମ୍ ଇଣ୍ଡିଆ । ଆଉ ପ୍ରଶଂସକ ଟିମ୍‌ ଭାରତ ଆର୍ମିର ସଦସ୍ୟମାନେ ବାହାରେ ଗୀତର ତାଳେ ତାଳେ ଟିମ୍ ବିରାଟକୁ ସ୍ୱାଗତ କରୁଛନ୍ତି । ବସରୁ ପ୍ରଥମେ ବସରୁ ବାହରଥିଲେ ଭାରତୀୟ ଟିମ୍ କୋଚ୍ ରବି ଶାସ୍ତ୍ରୀ । ତେବେ ବାହରିବା ସମୟରେ ରବି ଶାସ୍ତ୍ରୀଙ୍କ ହାତରେ ଥିଲା ବିୟର ବଟଲ୍ । ଏବଂ ସେ ଏହି ବିୟରକୁ ପିଇ ପିଇ ହୋଟେଲ୍ ଭିତରକୁ ଯାଇଥିଲେ ।

ଅନ୍ୟପଟେ ଭିଡିଓରେ ମଧ୍ୟ ଦେଖାଯାଇଛି ଅଧିନାୟକ ବିରାଟ କୋହଲି ଏବଂ ହାର୍ଦ୍ଦିକ୍ ପାଣ୍ଡ୍ୟା ପ୍ରଶଂସକଙ୍କ ଧୂନ୍ ସହିତ ତାଳଦେଇ ନାଚି ନାଚି ହୋଟେଲ୍ ଭିତରକୁ ଯାଇଥିଲେ ।

ଦେଖନ୍ତୁ ଭିଡିଓ :

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.