ସ୍ୱାମୀ ଆଗରେ ସ୍ତ୍ରୀକୁ ଉଲଗ୍ନ କରି ମାଡ଼, ଭିଡିଓ ଭାଇରାଲ ପରେ ପୋଲିସ୍‌ ତତ୍ପର

ଭଦୋହି : ରାଗ ଥିଲା ସ୍ୱାମୀ ଉପରେ । ହେଲେ ରାଗ ଶୁଝାଇଲେ ସ୍ତ୍ରୀ ଉପରେ । ଉତ୍ତର ପ୍ରଦେଶର ଭଦୋଇ ଠାରେ ଜଣେ ମହିଳାଙ୍କୁ ଉଲଗ୍ନ କରି ମାଡ଼ ମାରିଛନ୍ତି । ଏଠାକାର ରାପରି ଗାଁରେ ଗତକାଲି ସନ୍ଧ୍ୟାରେ ଏହି ଘଟଣା ଘଟିଛି । ଏଠାକାର ଦବଙ୍ଗ ଲାଲ ଚାନ୍ଦ ନାମକ ଜଣେ ବ୍ୟକ୍ତି ସଂପୃକ୍ତ ମହିଳାଙ୍କୁ ହଇରାଣ ହରକତ କରୁଥିଲେ । ଏଥିରେ ରାଗି ଯାଇ ଉଭୟ ମହିଳା ଓ ତାଙ୍କ ସ୍ୱାମୀ ପ୍ରତିରୋଧ କରିବାରୁ ଦବଙ୍ଗ ଲାଲ ଏବଂ ତାର ସହଯୋଗୀମାନେ ସେମାନଙ୍କୁ ଆକ୍ରମଣ କରିଥିଲେ । ଗାଁ ଦାଣ୍ଡରେ ମହିଳାଙ୍କୁ ଉଲଗ୍ନ କରିବା ସହ ଦୁହିଙ୍କୁ ମାଡ଼ ମାରିଥିଲେ । ଏହି ଘଟଣାର ଭିଡିଓ ଭାଇରାଲ ହୋଇଛି । ଏହା ପରେ ପୋଲିସ୍‌ ଘଟଣାର ତଦନ୍ତ କରୁଛି ।

WOMEN THARSHED-1

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.