Below header

ରେଳ ଧାରଣା ଉପରେ ପଥର ପଡ଼ି ମାଲବାହୀ ଟ୍ରେନ ଲାଇନଚ୍ୟୁତ

ରେଳ ଧାରଣା ଉପରେ ପଥର ପଡ଼ି ମାଲବାହୀ ଟ୍ରେନ ଲାଇନଚ୍ୟୁତ । କୋରାପୁଟ-କୋତାୱାଲସା ଶିବଲିଙ୍ଗପୁରମ ନିକଟରେ ପଥର ଧସି ମାଲବାହୀ ଟ୍ରେନରେ ମାଡ଼ ହୋଇଥିଲା । ମାଲବାହୀ ଟ୍ରେନର ଇଂଜିନ ଓ ଗୋଟାଏ ବଗି ଲାଇନଚ୍ୟୁତ ହୋଇଛି ।

ରେଳ ଧାରଣା ଉପରେ ପଥର ପଡ଼ି ମାଲବାହୀ ଟ୍ରେନ ଲାଇନଚ୍ୟୁତ । କୋରାପୁଟ-କୋତାୱାଲସା ଶିବଲିଙ୍ଗପୁରମ ନିକଟରେ ପଥର ଧସି ମାଲବାହୀ ଟ୍ରେନରେ ମାଡ଼ ହୋଇଥିଲା । ମାଲବାହୀ ଟ୍ରେନର ଇଂଜିନ ଓ ଗୋଟାଏ ବଗି ଲାଇନଚ୍ୟୁତ ହୋଇଛି । ଫଳରେ ସେହି ରୁଟରେ ରେଳ ଚଳାଚଳ ବନ୍ଦ ରହିଛି । ୪ ଟି ଟ୍ରେନ ବାତିଲ କରାଯାଇଛି । ଆରକୁ -କୋତୱ୍ବାଲସା ମଧ୍ୟରେ ଶିବଲିଙ୍ଗପୁରମ ନିକଟରେ ଘଟିଛି ଅଘଟଣ ।

ଉଦ୍ଧାରକାରୀ ଟ୍ରେନ୍ ଘଟଣାସ୍ଥଳକୁ ପଠାଯାଇଛି। କିରଣ୍ଡୁଲ -ଆରକୁ -ବିଶାଖାପାଟଣା ରେଳ ପଥରେ ଚଳାଚଳ କରୁଥୁବା ଏକ୍ସପ୍ରେସ ଓ କିରଣ୍ଡୁଲ-ବିଶାଖାପାଟଣା ପାସେଞ୍ଜର୍ ଟ୍ରେନ ଉଭୟ ପଟୁ ଚଳାଚଳ ବାତିଲ ହୋଇଛି। ରାୟଗଡା ଦେଇ ବିଶାଖାପାଟଣା ପହଞ୍ଚିବ ବୋଲି ରେଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.