ଆସନ୍ତାକାଲି ଝାରପଡ଼ା ଜେଲରୁ ମୁକୁଳିବେ ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ, ବଦଳିବ ଘର ଠିକଣା

ହାଇକୋର୍ଟରୁ ଜାମିନ ପରେ ଆସନ୍ତାକାଲି ଝାରପଡ଼ା ଜେଲରୁ ମୁକୁଳିବେ ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ । ଏବେ ସେ ରହିବେ କେଉଁଠି । ଭୁବନେଶ୍ବର ସତ୍ୟବିହାର ଘରେ ନା ଆଉ କେଉଁଠି ତାହା ସ୍ପଷ୍ଟ ହୋଇନାହିଁ ।

ହାଇକୋର୍ଟରୁ ଜାମିନ ପରେ ଆସନ୍ତାକାଲି ଝାରପଡ଼ା ଜେଲରୁ ମୁକୁଳିବେ ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ । ଏବେ ସେ ରହିବେ କେଉଁଠି । ଭୁବନେଶ୍ବର ସତ୍ୟବିହାର ଘରେ ନା ଆଉ କେଉଁଠି ତାହା ସ୍ପଷ୍ଟ ହୋଇନାହିଁ । ED ମାମଲାରେ ହାଇକୋର୍ଟରୁ ମିଳିଥିବା ସର୍ତ୍ତମୂଳକ ଜାମିନ ଅନୁଯାୟୀ, ଜେଲରୁ ବାହାରିବା ପରେ ନିଜର ଠିକଣା ଓ ଟେଲିଫୋନ ନମ୍ବର ତାଙ୍କୁ ତଦନ୍ତକାରୀ ସଂସ୍ଥାକୁ ଦେବାକୁ ପଡ଼ିବ । କୌଣସି ସାକ୍ଷୀଙ୍କୁ ସେ ପ୍ରଭାବିତ କରିବେ ନାହିଁ । ପୂର୍ବରୁ ଖଣ୍ଡଗିରି ଓ ନୟାପଲ୍ଲୀ ଥାନା ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ ମିଳିଥିଲା ।

ବଦଳିବ ଅର୍ଚ୍ଚନା ନାଗଙ୍କ ଠିକଣା । ବର୍ଷେ ଦୁଇ ମାସ ଧରି ଜେଲରେ ରହିବା ପରେ ଆସନ୍ତାକାଲି ସେ ଜାମିନରେ ମୁକୁଳିବେ । ଭୁବନେଶ୍ବର ଝାରପଡ଼ା ଜେଲରୁ ବାହାରିବା ପରେ ଅର୍ଚ୍ଚନା ନାଗ ରହିବେ କେଉଁଠି? ଭୁବନେଶ୍ବର ସତ୍ୟବିହାର ଘରେ ନା ଆଉ କେଉଁଠି ତାହା ସ୍ପଷ୍ଟ ହୋଇନାହିଁ । ED ମାମଲାରେ ହାଇକୋର୍ଟରୁ ମିଳିଥିବା ଜାମିନରେ ରହିଥିବା ସର୍ତ୍ତ ଅନୁଯାୟୀ, ଦୁଇ ଲକ୍ଷ ଟଙ୍କାର ଦୁଇ ଜଣ ଜାମିନଦାର ଦେବେ ଅର୍ଚ୍ଚନା ।

କୌଣସି ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ । କୋର୍ଟରେ ଡେଟ୍ ରେ ବ୍ୟକ୍ତିଗତ ଭାବେ ହାଜର ହେବେ । ଯଦି ହାଜର ହୋଇ ନପାରନ୍ତି ତେବେ କୋର୍ଟଙ୍କୁ ସନ୍ତୋଷଜନକ ଉତ୍ତର ଦେବେ ଅର୍ଚ୍ଚନା । ପାସପୋର୍ଟ ଦାଖଲ କରିବେ । ତଦନ୍ତରେ ସହଯୋଗ କରିବେ । ତଦନ୍ତକାରୀ ସଂସ୍ଥାକୁ ଅର୍ଚ୍ଚନା ନାଗ ନିଜର ଠିକଣା ଓ ମୋବାଇଲ ଫୋନ ନମ୍ବର ଦେବେ ବୋଲି ଜାମିନ ସର୍ତ୍ତ ରହିଛି । ପୂର୍ବରୁ ସେ ନୟାପଲ୍ଲୀ ଓ ଖଣ୍ଡଗିରି ଥାନା ମାମଲାରେ ଜାମିନ ପାଇ ସାରିଛନ୍ତି । ତେଣୁ ଏବେ ଜେଲରୁ ଜାମିନରେ ମୁକୁଳିବା ପାଇଁ କୌଣସି ପ୍ରତିବନ୍ଧକ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.