Below header

ଅମ୍ଳାନ ବହୁମୁଖୀ ପ୍ରତିଭା ଡାକ୍ତର ନିରଞ୍ଜନ କରଙ୍କ ପୁସ୍ତକ ‘ଅପେକ୍ଷାର ଅଭିଷେକ’କୁ ଉନ୍ମୋଚନ କଲେ ରାଜ୍ଯପାଳ

ଦୁଇଟି ଭିନ୍ନ ଦିଗର ପ୍ରତିଭାର ଅଧିକାରୀ ଡାକ୍ତର ନିରଞ୍ଜନ କର। ନିଜର ପରିବାରର ସହଧର୍ମିଣୀ ସ୍ଵର୍ଗତ ପ୍ରେମଲତା ଦେବୀ ତଥା ପୁତ୍ର କନ୍ୟାଙ୍କ ସ୍ନେହ ପ୍ରେରଣା ତାଙ୍କୁ ଅଧିକ ଉତ୍ସାହିତ କରିଥିଲା ।

କେନ୍ୟୁଜ୍(ବ୍ୟୁରୋ): ଅମ୍ଳାନ ବହୁମୁଖୀ ପ୍ରତିଭା ସମ୍ପନ୍ନ ଅଦ୍ବିତୀୟ ବ୍ୟକ୍ତିତ୍ୱର ଅଧିକାରୀ ପୂର୍ବତନ ସ୍ୱାସ୍ଥ୍ୟ ବିଭାଗ ର ନିର୍ଦ୍ଦେଶକ ତଥା ଅସ୍ଥି ଶଲ୍ୟ ବିଶେଷଜ୍ଞ ଡାକ୍ତର ଶ୍ରୀଯୁକ୍ତ ନିରଞ୍ଜନ କର। ଉଚ୍ଚ କୋଟୀର ପ୍ରତିଭା ସମ୍ପନ୍ନ ବ୍ୟକ୍ତିତ୍ୱ ତଥା ସେବା ମନୋବୃତ୍ତିର ଜଣେ ଅମାୟିକ, ସରଳ, ନିଷ୍କପଟ , ଅସ୍ଥି ଶଲ୍ୟ ବିଶେଷଜ୍ଞ ଡାକ୍ତର ନିରଞ୍ଜନ କର କେବଳ ଜନସାଧାରଣଙ୍କ ପ୍ରିୟ ନୁହଁନ୍ତି ସେ ଏକା ଧାରରେ ଜଣେ କବି ଓ ଲେଖକ ମଧ୍ୟ। କଳାକାର ପରିବାରରେ ଜନ୍ମ ତାଙ୍କର ପିତା ସ୍ଵର୍ଗତ କେଶବ ଚନ୍ଦ୍ର କର,ବାଣୀ ଭୂଷଣ ପାଲାଗାୟକ ଙ୍କ ଦ୍ଵାରା ପିଲା ଦିନେ ପ୍ରଭାବିତ ହୋଇ ସ୍କୁଲ ସମୟରେ କବିତା ଲେଖିବା ଆରମ୍ଭ କଲେ ସେତେବେଳେ ସମ୍ବାଦପତ୍ର ପ୍ରଜାତନ୍ତ୍ର, ମାତୃଭୂମି ଓ ସହକାର ,ତଥା ବିଭିନ୍ନ ମ୍ୟାଗାଜିନ ,ମୀନା ବଜାରରେ ତାଙ୍କର କବିତା ଓ ଲେଖାମାନ ସ୍ଥାନ ପାଇ ଥିଲା।

ସରକାରୀ ସ୍ଵାସ୍ଥ୍ୟ ବିଭାଗରେ ଥାଇ ମଧ୍ୟ ସେ ତାଙ୍କର ସାହିତ୍ୟ ରଚନାର ପ୍ରୟାସ ଜାରି ରଖିଥିଲେ। ତାଙ୍କର ମେଳାପି, ମିଷ୍ଟ ବ୍ୟବହାର, ନିସଙ୍କୋଚ ସେବା ପାଇଁ ସେ ଲୋକପ୍ରିୟ ହୋଇ ପାରିଥିଲେ। ଦୁଇଟି ଭିନ୍ନ ଦିଗର ପ୍ରତିଭାର ଅଧିକାରୀ ଡାକ୍ତର ନିରଞ୍ଜନ କର। ନିଜର ପରିବାରର ସହଧର୍ମିଣୀ ସ୍ଵର୍ଗତ ପ୍ରେମଲତା ଦେବୀ ତଥା ପୁତ୍ର କନ୍ୟାଙ୍କ ସ୍ନେହ ପ୍ରେରଣା ତାଙ୍କୁ ଅଧିକ ଉତ୍ସାହିତ କରିଥିଲା ।ସରକାରୀ ସ୍ୱାସ୍ଥ୍ୟ ସେବା ରେ ଅସ୍ଥି ଶଲ୍ୟ ବିଶେଷଜ୍ଞ ଥାଇ ମଧ୍ଯ ସେ ଭଦ୍ରକ ସାହିତ୍ୟ ପରିଷଦ ର ସମ୍ପାଦକ ଭାବେ, କେନ୍ଦୁଝର ମିଳନୀ ସାହିତ୍ୟ୍ ସାଂସଦ, ସୁନ୍ଦରଗଡ଼ ସାହିତ୍ୟ ପରିଷଦ, କେନ୍ଦ୍ରାପଡ଼ା ଶ୍ରାବଣୀ ସଂସ୍ଥା ସହିତ ଜଡିତ ଥିଲେ। ତାଙ୍କର ଯୋଗ୍ୟତା, ଦକ୍ଷତା ପାଇଁ ସେ ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଥିଲେ। ପରବର୍ତ୍ତୀ ସମୟରେ ଇଉନିସେଫ ସ୍ୱାସ୍ଥ୍ୟ ପରାମର୍ଶଦାତା ଓ ସମହସ୍ପିଟାଲ ରେ ଅସ୍ଥି ଶଲ୍ୟ ବିଭାଗରେ ଅଧ୍ୟାପନା କରି ଜନସାଧାରଣଙ୍କ ପ୍ରିୟଭାଜନ ମଧ୍ୟ ହୋଇଥିଲେ।

ଆଜି ତାଙ୍କ କବିତା ସଙ୍କଳନ ପାଣ୍ଡୁଲିପି “ଅପେକ୍ଷାର ଅଭିଷେକ “କୁ ତାଙ୍କର ପ୍ରିୟ ପତ୍ନୀଙ୍କ ସ୍ମୃତି ରେ ଅର୍ପଣ କରି ଓଡିଶାର ରାଜ୍ଯପାଳଙ୍କ ଦ୍ଵାରା ଉନ୍ମୋଚନ କରିଛନ୍ତି। ରାଜ୍ୟପାଳ ତାଙ୍କର ସ୍ୱାସ୍ଥ୍ୟ ସେବା ଓ ଜଣେ ଉଚ୍ଚ କୋଟୀର କବିତା ଲେଖକ ଭାବେ ତାଙ୍କୁ ଭୂୟସୀ ପ୍ରସଂଶା କରିବା ସହ ତାଙ୍କ କବିତା ସଙ୍କଳନକୁ ପ୍ରସଂଶା କରିଛନ୍ତି। ବହୁମୁଖୀ ପ୍ରତିଭା ସମ୍ପନ୍ନ, ଅଦ୍ବିତୀୟ ବ୍ୟକ୍ତିତ୍ୱ ତଥା ଏକାଧିକ ଯୋଗ୍ୟତା ସମ୍ପନ୍ନ ସେବା ମନୋବୃତ୍ତିର ର ଅସ୍ଥି ଶଲ୍ୟ ବିଶେଷଜ୍ଞ ଡାକ୍ତର ଶ୍ରୀଯୁକ୍ତ ନିରଞ୍ଜନ କର ଙ୍କୁ ଅଭିନନ୍ଦନ ଜ୍ଞାପନ କରିବା ସହ ତାଙ୍କର ନିରାମୟ ଜୀବନ କାମନା କରୁଛୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.