Below header

ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା: ଜୁଡିସିଆଲ ତଦନ୍ତ ପାଇଁ ସୁପାରିଶ୍‌ , ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଜେଲ ବିଭାଗ

ଭୁବନେଶ୍ୱର (କେନ୍ୟୁଜ): ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାରେ ଜୁଡିସିଆଲ ତଦନ୍ତ ପାଇଁ ସୁପାରିଶ୍‌ । ଏନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ଜେଲ ବିଭାଗ । ଜିଲ୍ଲାପାଳ ଜିଲ୍ଲା ଜଜ୍‌ଙ୍କୁ ଅନୁରୋଧ କରିବେ । ସିଆରପିସିର ୧୭୬ ଧାରାରେ NHRC ଗାଇଡଲାଇନରେ ତଦନ୍ତ ହେବ । ଏହା ଏକ ଔପଚାରିକତା ବୋଲି କହିଛନ୍ତି ଜେଲ ଡିଆଇଜି ହେଡ୍‌ କ୍ୱାର୍ଟର ଶୁଭକାନ୍ତ ମିଶ୍ର।

ସେପଟେ ଗତକାଲି କଳାହାଣ୍ଡି ଜିଲ୍ଲା ମହାଲିଙ୍ଗରେ ତଦନ୍ତ ପରେ ଆଜି ପୁଣି ଥରେ କଣ୍ଟାବାଞ୍ଜି ସବଜେଲରେ ୪ ଘଣ୍ଟା ଧରି ତଦନ୍ତ କରିଛି କ୍ରାଇମବ୍ରାଞ୍ଚ । ଗତକାଲି ବି କ୍ରାଇମବ୍ରାଞ୍ଚ ଟିମ ତଦନ୍ତ କରିଥିଲା । କେମିତି ଓ କେଉଁ ପରିସ୍ଥିତିରେ ଗୋବିନ୍ଦ ଆତ୍ମହତ୍ୟା କଲେ ପାଞ୍ଚ ଦିନ ହେବ ଖୋଳତାଡ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.