କରୋନାକୁ ନେଇ ସତର୍କ ରହିବାକୁ ଦେଶବାସୀଙ୍କୁ ଅପିଲ୍‌ କଲେ ମୋଦି, କହିଲେ ‘ବାରମ୍ବାର ହାତ ଧୋଇବା ସହ ମାସ୍କ ପିନ୍ଧିବା ଜରୁରୀ’

ନୂଆଦିଲ୍ଲୀ : ନୂଆବର୍ଷରେ ସେଲିବ୍ରେସନ୍‌ କର ହେଲେ ସତର୍କ ରହିବା ଜରୁରୀ । ଚୀନ୍‌ ସମେତ ବିଭିନ୍ନ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଏଥିପାଇଁ ମାସ୍କ ପିନ୍ଧିବା ସହ ବାରମ୍ବାର ହାତ ଧୋଇବାକୁ ଅପିଲ୍‌ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତ ବର୍ଷର ଶେଷ ‘ମନ କୀ ବାତ୍‌’କୁ ସମ୍ବୋଧନ କରି ପ୍ରଧାମନ୍ତ୍ରୀ କହିଛନ୍ତି କରୋନାକୁ ନେଇ ଆମକୁ ସତର୍କ ରହିବାକୁ ହେବ । ନୂଆବର୍ଷରେ ମଜା ମସ୍ତି ସହ ସତର୍କ ରହିବା ଜରୁରୀ । ତେବେ ଯାଇଁ ଆମ ଖିସିରେ କୌଣସି ବାଧା ଉପୁଜିବା ନାହିଁ ।

ଏଥିସହ ୨୦୨୨ର ସଫଳତା ଓ କାର୍ଯ୍ୟକ୍ରମକୁ ନେଇ ଦେଶବାସୀଙ୍କୁ ମନର କଥା କହିଛନ୍ତି ମୋଦି । କ୍ରୀଡ଼ା ଓ ପ୍ରତିରକ୍ଷା କ୍ଷେତ୍ରରେ ସଫଳତା ସମ୍ପର୍କରେ ବଖାଣିଥିଲେ । G20 ଆୟୋଜନ ଅଧିକାର ମିଳିବା ବଡ଼ ଆହ୍ଵାନ ବୋଲି ମନ୍‌ କୀ ବାତ୍‌ରେ କହିଛନ୍ତି ମୋଦି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମତିଥି ଅବସରରେ ବାଜପେୟୀଙ୍କୁ ସ୍ମରଣ କରିବା ସହ ତାଙ୍କ ଅବଦାନ ଅବିସ୍ମରଣୀୟ ବୋଲି କହିଥିଲେ ମୋଦି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.