ବିଦେଶୀ ପର୍ଯ୍ୟଟକଙ୍କ ଆତ୍ମହତ୍ୟା ଘଟଣା : କେମିତି ଓ କେଉଁ ପରିସ୍ଥିତିରେ ସେ ଜୀବନ ହାରିଲେ ସେନେଇ ଖୋଳତାଡ କରୁଛି ପୋଲିସ

ରାୟଗଡ଼ା (କେନ୍ୟୁଜ): ରାୟଗଡ଼ାରେ ବିଦେଶୀ ପର୍ଯ୍ୟଟକଙ୍କ ଆତ୍ମହତ୍ୟାକୁ ନେଇ ତନାଘନା । କେମିତି ଓ କେଉଁ ପରିସ୍ଥିତିରେ ସେ ଜୀବନ ହାରିଲେ ସେନେଇ ଖୋଳତାଡ ଚାଲିଛି । ମୃତ ପର୍ଯ୍ୟଟକ ହେଲେ ରୁଷ୍‌ର ପାେଓ୍ଵଲ ଅନ୍ଥମ । ହୋଟେଲ ଛାତ ଉପରୁ ସେ ଡେଇଁ ପଡ଼ିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ଗାଇଡ୍‌ ଜିତେନ୍ଦ୍ର ସିଂ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରୁଷରେ ଘର ହୋଇଥିବା ବେଳେ ଆତ୍ମହତ୍ୟା ପାଇଁ କାହିଁକି ରାୟଗଡ଼ାକୁ ବାଛିଲେ ? ଆତ୍ମହତ୍ୟା ପଛରେ ଆଉ କିଛି ରହସ୍ୟ ଅଛି କି ?

ଗତ ୨୨ତାରିଖରେ ଅନ୍ୟ ଜଣେ ଋଷୀୟ ପର୍ଯ୍ୟଟକ ବ୍ଲାଦିମିର ବିଦାନୋଭା ଅତ୍ୟନ୍ତ ମଦ୍ୟପାନ କରି ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଥିଲା । ସେ ରାୟଗଡ଼ା ସହରକୁ ୨୧ ତାରିଖ ଦିନ ବୁଲିବା ପାଇଁ ଆସିଥିଲେ । ବ୍ଲାଦମିରଙ୍କ ମୃତ୍ୟୁ ସହ ପାେଓ୍ଵଲଙ୍କ କିଛି ସମ୍ପର୍କ ରହିଛି କି ? ବ୍ଲାଦମିରଙ୍କ ମୃତଦେହକୁ ଶବ ସତ୍କାର ପରେ ପାେଓ୍ଵଲ ଆତ୍ମହତ୍ୟା କରିଥିଲେ । ଶବ ସତ୍କାର ପରେ ଭୟଭୀତ ହୋଇ ଯାଇଥିଲେ ପାେଓ୍ଵଲ । ପାେଓ୍ଵଲ ମାନସିକ ସ୍ତରରେ ଭାଙ୍ଗିପଡିଥିଲେ । ବ୍ଳାଦମିରଙ୍କ ମୃତ୍ୟୁ ସହ ପାେଓ୍ଵଲଙ୍କ ଆତ୍ମହତ୍ୟାରେ କିଛି ସମ୍ପର୍କ ରହିଛି କି ? ଏସବୁକୁ ନେଇ ପୋଲିସ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.