Below header

ଜମ୍ମୁ କଶ୍ମୀରର ଅନନ୍ତନାଗରେ ଗ୍ରେନେଡ୍‌ ହମ୍‌ଲା, ୧୦ ଆହତ

ଜମ୍ମୁ କଶ୍ମୀର: ଜମ୍ମୁ କଶ୍ମୀର ଅନନ୍ତନାଗରେ ଗ୍ରେନେଡ୍‌ ହମ୍‌ଲା। ଡେପୁଟୀ କମିଶନରଙ୍କ ଅଫିସ ଆଗରେ ଏହି ଆକ୍ରମଣ ହୋଇଛି। ଏଥିରେ ୧୦ ଜଣ ଆହତ ହୋଇଛନ୍ତି। ଏମାନଙ୍କ ଭିତରେ ଅଛନ୍ତି ଜଣେ ପୋଲିସ କର୍ମଚାରୀ ଓ ସାମ୍ବାଦିକ। ଅଜଣା ଆତଙ୍କବାଦୀ ଏହି ହମ୍‌ଲା କରିଥିବା ସୂଚନା ମିଳିଛି। ଗ୍ରେନେଡ୍‌ ଆକ୍ରମଣ ପରେ ଡେପୁଟୀ କମିଶନରଙ୍କ ଅଫିସ ଆଗରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ପୂର୍ବରୁ ଦଶହରାରେ ଜମ୍ମୁ କାଶ୍ମୀରରେ ଆତଙ୍କୀ ହମ୍‌ଲା ନେଇ ଯୋଜନା ଚାଲିଥିବା ଗୁଇନ୍ଦା ସୂଚନା ମିଳିଥିଲା। କିଛି ଆତଙ୍କବାଦୀ ଭାରତରେ ପ୍ରବେଶ କରିଥିବା ସୂଚନା ମିଳିଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.