ଏହିସବୁ ଫୁଲରେ ଲୁଚି ରହିଛି ଔଷଧୀୟ ଗୁଣ, ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟ ପାଇଁ ଉପଯୋଗୀ

ଫୁଲ କେବଳ ପୂଜା ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ବେଶ ଉପଯୋଗୀ। ଫୁଲ ନାମ ଶୁଣିଲେ ଆମ ମନରେ ପୂଜାର୍ଚ୍ଚନା କଥା କିମ୍ବା ଘରର ସାଜସଜା କଥା ମନକୁ ଆସିଥାଏ। କିନ୍ତୁ ପ୍ରକୃତରେ ଫୁଲରେ ଔଷଧୀୟ ଗୁଣ ପ୍ରାକୃତିକ ଭାବେ ରହିଥାଏ। ଫୁଲ ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟ ପାଇଁ ବେଶ୍‌ ଫାଇଦା ।

ମନ୍ଦାର ଫୁଲ :

ମନ୍ଦାର ଫୁଲ କେବଳ ସୁନ୍ଦର ହୋଇନଥାଏ ଏହା ତ୍ୱଚା ପାଇଁ ଉପଯୋଗୀ। ଏହାର ବ୍ୟବହାର କରିବା ଚେହେରାରେ ଦେଖାଯାଉଥିବା ଦାଗ ଦୂର ହେବା ସହିତ ସୁସ୍ଥ ଏବଂ ସୁନ୍ଦର ରଖିଥାଏ। ଏହାକୁ ନଡିଆ ତେଲରେ ଫୁଟାଇ ଏକ ତେଲ ପ୍ରସ୍ତୁତ କରି କେଶରେ ଲଗାନ୍ତୁ। ଏହାଦ୍ୱାରା କେଶ କଳା ହେବା ସହ ଚମକ ଆସିଥାଏ। ଚେହେରାରେ ଲଗାଇବା ଦ୍ୱାରା ଆଣ୍ଟି ଏଜିଂ ଉପରେ ପ୍ରଭାବ ପକାଏ। ଏହାସହିତ ଏଥିରୁ ପ୍ରସ୍ତୁତ ଚା ଆପଣଙ୍କ ଶରୀରକୁ ଆଭ୍ୟନ୍ତରୀଣ ଭାବେ ଶୁଦ୍ଧ ରଖେ।

jsamine

ମଲ୍ଲୀ ଫୁଲ :

ମଲ୍ଲୀ ଫୁଲ ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟ ପାଇଁ ବେଶ୍‌ ଉପଯୋଗୀ। ଏହାର ତେଲ ଚର୍ମ ରୋଗ, ଦାନ୍ତ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିଥାଏ। ଏହାର ପତ୍ର ଚୋବାଇବା ଦ୍ୱାରା ମୁହଁରେ ହେଉଥିବା ଘା ଭଲ ହୋଇଥାଏ। ମୁହଁ କିମ୍ବା କେଶରେ ଏହାର ପେଷ୍ଟ ଲଗାଇବା ଦ୍ୱାରା ଚମକ ବଢିଥାଏ।

rose

ଗୋଲାପ ଫୁଲ :

ଗୋଲାପର ପାଖୁଡାକୁ ପାଣିରେ ଫୁଟାଇ ଏହି ପାଣି ପିଇବା ଦ୍ୱାରା ପିତ୍ତଦୋଷ ଦୂର ହୋଇଥାଏ। ଏହାଛଡା ଥକ୍କାପଣ ଏବଂ ଚିନ୍ତା ଦୂର କରିଥାଏ। ଏହାର ପାଖୁଡାକୁ ମୁହଁରେ ଲଗାଇବା ଦ୍ୱାରା ତ୍ୱଚାରେ ଗୋଲାପୀ ରଙ୍ଗ ଆସିଥାଏ। ଶୁଷ୍କ ତ୍ୱଚା ପାଇଁ ବେଶ୍‌ ଫାଇଦା ଦେଇଥାଏ ଗୋଲାପ ଫୁଲ।

lotus

ପଦ୍ମ ଫୁଲ :

ପଦ୍ମ ଫୁଲ ଏବଂ ପତ୍ର ଗୁଣ୍ଡ ଥାଇରଏଡ ରୋଗୀଙ୍କ ପାଇଁ ସ୍ୱାସ୍ଥ୍ୟପ୍ରଦ। ଏହା କୋଲେଷ୍ଟ୍ରୋଲ, ଡାଏବେଟିଜ, ଲିଭର ଆଦି ସମସ୍ୟା ଦୂର କରିଥାଏ। ପଦ୍ମ ପାଖୁଡାରେ ପ୍ରସ୍ତୁତ ଚା’ ପିଇବା ଦ୍ୱାରା ମୋଟାପଣ କମ୍‌ ହେବା ସହ ରକ୍ତ ବିକାର ରୋଗ ଦୂର ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.