Below header

ପୁରୀ: କୃଷ୍ଣପ୍ରସାଦ ନାଥପୁର ଗାଁରେ ଜମି ବିବାଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା , ୪୦ରୁ ଊର୍ଦ୍ଧ୍ବ ବୋମାମାଡ଼

ବ୍ରହ୍ମଗିରି(କେନ୍ୟୁଜ୍):ଜମି ବିବାଦ ଘଟଣାକୁ ନେଇ ଦୁଇଟି ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୦ରୁ ଊର୍ଦ୍ଧ୍ବ ବୋମାମାଡ଼ ହୋଇଛି। ଆଜି  ଅପରାହ୍ନରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନାଥପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।

ମିଳିଥିବା ସୂଚନା ମୁତାବକ ପୁରୀ ଜିଲ୍ଲା ସାତପଡ଼ା ଅଞ୍ଚଳ ନାଥପୁର ଇଲାକାରେ ଗତ ମାର୍ଚ୍ଚ ମାସରେ କୃଷ୍ଣପ୍ରସାଦ ତହସିଲ ଅଧିନ ବ୍ରହ୍ମପୁର ଗାଁର ପ୍ରାୟ ୪୦ରୁ ଉର୍ଦ୍ଧ ହରିଜନ ଲୋକେ ନିଜ ଗାଁରେ ଜାତିଆଣ ମାମଲାକୁ ନେଇ ଗାଁରୁ ବାସନ୍ଦ ହୋଇଥିଲେ । ସେମାନେ ଆସି ବ୍ରହ୍ମଗିରି ତହସିଲ ଅନ୍ତର୍ଗତ ସାତପଡ଼ା ନାଥପୁର ଛକରେ ଏ କ ସରକାରୀ ଜମି କୁ ଜବର୍‌ ଦାଖଲ କରି ଘର ତିଆରି କରି ରହିବ ପାଇଁ ପ୍ରସ୍ତୁତ ହେଇଥିବା ବେଳେ ସାତପଡ଼ା ଅଞ୍ଚଳ ୩୫ ମୌଜାର ଲୋକେ ସେମାନଙ୍କୁ ବିରୋଧ କରିଥିଲେ । ସେହି ସମୟରେ ବ୍ରହ୍ମଗିରି ତାହସିଲଦାର ଓ ପୋଲିସ  ଉପସ୍ଥିତିରେ ୩୫ ମୌଜାର ଲୋକେ ସାତପଡ଼ା ଫାଣ୍ଡିରେ ଏକ ଚୁକ୍ତି ପତ୍ର କରାଯାଇଥିଲା

କରୋନା ସମୟ ଥିବାରୁ ସେମାନଙ୍କୁ ସେହି ସ୍ଥାନରେ ଅସ୍ଥାୟୀ ଭାବେ ରହିବ ପାଇଁ କୁହାଯାଇଥିଲା । ସେମାନେ ମଧ୍ୟ ଏହି ଚୁକ୍ତିକୁ ସ୍ୱୀକାର କରିଥିବା ତତକାଳୀନ  ତହସିଲଦାର କହିଛନ୍ତି । ଏବେ ସେହି ହରିଜନ ଲୋକେ ସେହି ସ୍ଥାନରେ ସ୍ଥାୟୀ ଭାବରେ ଘର ର୍ନିମାଣକୁ ୩୫ ମୌଜାର ଲୋକେ ବରଣ କରିବାରୁ ସେମାନେ ୩୫ ମୌଜାର ଲୋକେ ଙ୍କୁ ଗଲି ଗୁଲଜ କରିବା ସହିତ ଧମକାଇଥିବାର ଅଭିଯୋଗ ହୋଇଥିଲା ।  ଏନେଇ ଆଜି ୩୫ ମୌଜାର ବୈଠକରେ ସେମାନଙ୍କୁ ଡକା ଯାଇଥିଲା। ସେମାନେ ବୈଠକକୁ ନଆସି ବୈଠକକୁ ଯାଇଥିବା ଲୋକଙ୍କୁ ମାଡ଼ ମାରିଥିବାରୁ ଘଟଣା ଉଗ୍ର ରୂପ ନେଇଛି । ଯାହା ଫଳରେ ଘଟଣା ସ୍ଥଳରେ ୨୦ରୁ ଉର୍ଦ୍ଧ୍ବ  ବୋମା ମାଡ଼ କରିଥିବା ୩୫ ମୌଜାର ଲୋକେ ଅଭିଯୋଗ କରିଛନ୍ତି । ଉଭୟଙ୍କ ମଧ୍ୟରେ ଟେୋ ପଥର ମାଡ଼ ହେବ ସହ ବନ୍ଧୁକ ଫୁଟା ଓ ବୋମା ମାଡ଼ ହୋଇଛି।  ଖବର ଲେଖାଯିବା ବେଳକୁ ଘଟଣା ସ୍ଥଳରେ ପୂରୀ ଜିଲ୍ଲା ଅତିରିକ୍ତ ଏସ ପି, ଏସ ଡିପିଓ, ବ୍ରହ୍ମଗିରି ଆଇଆଇସି, ଅତିରିକ୍ତ ତହସିଲଦାର ପହଞ୍ଚି ଘଟଣା ଉପରେ ନଜର ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.