ଡିଆରଡିଓରେ ଖାଲି ପଡ଼ିଛି ଅନେକ ପଦବୀ, ସ୍ନାତକ ପାସ୍‌ କରିଥିଲେ ନିଶ୍ଚୟ କରନ୍ତୁ ଆବେଦନ

ରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (DRDO)ରେ ଖାଲି ପଡ଼ିଛି ଅନେକ ପଦ ପଦବୀ। ଏଥିପାଇଁ ଇଚ୍ଛୁକ ବ୍ୟକ୍ତି ତୁରନ୍ତ ଆବେଦନ କରନ୍ତୁ। DRDO ର ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ITR) ପକ୍ଷରୁ ଗ୍ରାଜୁଏଟ୍‌ ଅପରେଣ୍ଟିସ୍‌, ଟେକ୍ନିସିଆନ୍‌ (ଡିପ୍ଲୋମା) ଅପରେଣ୍ଟିସ୍‌ ଓ ଟ୍ରେଡ୍‌ ଅପରେଣ୍ଟିସ୍‌ର ୨୦୬ ପଦ ପାଇଁ ଆବେଦନ ମାଗିଛନ୍ତି। ଏହି ପଦ ପାଇଁ ଆବେଦନର ଶେଷ ତାରିଖ ୧୫ ନଭେମ୍ବର ସନ୍ଧ୍ୟା ୫.୩୦ ଯାଏଁ ରହିଛି। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ ଏହି ନିଯୁକ୍ତି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଅଫିସିଆଲ ୱେବ୍‌ସାଇଟ୍‌ http://rac.gov.in/ କୁ ଯାଇ ଚେକ୍‌ କରିପାରିବେ। ପ୍ରାର୍ଥୀମାନଙ୍କୁ ଟ୍ରେଡ୍‌ ଅନୁସାରେ ଷ୍ଟାଇପେଣ୍ଡ୍‌ ମିଳିବ।

ଏମିତି କରନ୍ତୁ ଆବେଦନ:

  • ଆରଏସିର ଅଫିସିଆଲ ୱେବ୍‌ସାଇଟ୍‌ http://rac.gov.in/ କୁ ଯାଆନ୍ତୁ।
  • ହୋମ୍‌ ପେଜ୍‌ରେ ଅପରେଣ୍ଟିସ୍‌ ନୋଟିଫିକେସନ୍‌ର ଲିଙ୍କ୍‌ ନଜର ଆସିବ, ତାହା ଉପରେ କ୍ଲିକ୍‌ କରନ୍ତୁ।
  • ଆପ୍ଲାଏ ଅନ୍‌ଲାଇନ୍‌ ଲିଙ୍କ୍‌ ଉପରେ ଯାଇ ନିଜ ରେଜିଷ୍ଟ୍ରେସନ୍‌ କରନ୍ତୁ।
  • ପୂରା ଆପ୍ଲିକେସନ୍‌ ଫର୍ମ ଭରନ୍ତୁ ଓ ନିଜ ପାଖରେ ସେଭ୍‌ କରନ୍ତୁ।

ଏହି ନିଯୁକ୍ତି ପ୍ରକ୍ରିୟା ମୋଟ୍‌ ୧୧୬ଟି ପଦ ପୂରଣ ପାଇଁ ଆୟୋଜନ କରାଯାଉଛି। ଏଥିମଧ୍ୟରୁ ୫୦ ଟି ପଦ ଗ୍ରାଜୁଏଟ୍‌ ଅପରେଣ୍ଟିସ୍‌ ପାଇଁ, ୪୦ଟି ଟେକ୍ନିସିଆନ୍‌ (ଡିପ୍ଲୋମା) ଅପରେଣ୍ଟିସ୍‌ ପାଇଁ ଓ ୨୬ ଟି ଟ୍ରେଡ୍‌ ଅପରେଣ୍ଟିସ୍‌ ପାଇଁ ରହିଛି। ସର୍ଟ ଲିଷ୍ଟେଡ୍‌ ହୋଇଥିବା ପ୍ରାର୍ଥୀଙ୍କ ଚୟନ ପ୍ରକ୍ରିୟା ପର୍ସନାଲ ଇଣ୍ଟରଭ୍ୟୁ ଆଧାରରେ ସମାପନ ହେବ। ଅନ୍ୟ ସୂଚନା ଜାଣିବା ପାଇଁ https://rac.gov.in/download/advt_itr_aprntc_2021.pdf  ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.