Below header

ଆଜିଠୁ ଆରମ୍ଭ ହେଲା ଶ୍ରୀ ରାମାୟଣ ଯାତ୍ରା ସ୍ପେଶାଲ ଟ୍ରେନ, ଜାଣନ୍ତୁ IRCTC କଣ ଦେଉଛି ସୁବିଧା

ଭାରତରେ ଧାର୍ମିକ ପର୍ଯ୍ୟଟନ ଶିଳ୍ପକୁ ବଢ଼ାଇବା ପାଇଁ ଭାରତୀୟ ରେଳ ବିଭାଗର ଆଇଆରସିଟିସି ଶ୍ରୀ ରାମାୟଣ ଯାତ୍ରା ନାମରେ ଏକ ଟ୍ରେନ ଆରମ୍ଭ କରିବା ନେଇ ନିଷ୍ପତ୍ତି ନେଇଥିଲେ । ଯାହା ଅଧୀନରେ ଏକ ରାମାୟଣ ଲେଖାଯାଇଥିବା ଏକ ସ୍ୱତନ୍ତ୍ର ଟ୍ରେନ ଯାତ୍ରା କରିବ । ଏହି ଟ୍ରେନରେ ଶ୍ରୀରାମଙ୍କ ସହ ଜଡିତ ଥିବା ଅଯୋଧ୍ୟାରୁ ରାମେଶ୍ୱରମ ପର୍ଯ୍ୟନ୍ତ ସମସ୍ତ ପର୍ଯ୍ୟଟନ କ୍ଷେତ୍ରକୁ ଯାତ୍ରା କରିବ ଏହି ଟ୍ରେନ । ଆଇଆରସିଟିସି ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ଆଜି ଅର୍ଥାତ ନଭେମ୍ବର ୭ ତାରିଖ ଦିଲ୍ଲୀ ସ୍ଥିତ ସଫଦରଜଙ୍ଗ ରେଳଷ୍ଟେସନରୁ ହିଁ ଏହି ଟ୍ରେନ ଯାତ୍ରା ଆରମ୍ଭ କରିବ । ମୋଟ ରୂପରେ ଏହା ୧୭ ଦିନ ପାଇଁ ଯାତ୍ରା କରୁଥିବା ବେଳେ ଏହି ସମୟ ମଧ୍ୟରେ ଭଗବାନ ରାମଙ୍କ ସହ ଜଡିତ ପର୍ଯ୍ୟଟନ ସ୍ଥାନ ଯେମିତି ଅଯୋଧ୍ୟା, ନନ୍ଦିଗ୍ରାମ, ପ୍ରୟାଗରାଜ, ଶ୍ରୀଙ୍ଗଭେରପୁର, ସୀତାମରହି ଓ ଚିତ୍ରକୂଟ ଆଦିକୁ ଯାତ୍ରା କରିବ । IRCTC ପକ୍ଷରୁ ଏହା ମଧ୍ୟ କୁହାଯାଇଛିକି ଏହି ଡିଲକ୍ସ ଏସି ଟ୍ରେନରେ ଏସି 1 ଓ ଏସି 2 ନାଁରେ ଦୁଇଟି କୋଚ ରହିବ ।

ଆଉ ମଧ୍ୟ ସିକ୍ୟୁରିଟି ପାଇଁ ସିସିଟିଭି କ୍ୟାମେରା ସମେତ ଏକ ସିକ୍ୟୁରିଟି ଗାର୍ଡ ବି ନିଯୁକ୍ତ ରହିବେ । ଆଉ ଯାତ୍ରୀଙ୍କ ଭୋଜନ ପାଇଁ ଏଥିରେ ଦୁଇଟି ରେଶତୃରାନ୍ତ, ଗୋଟେ ମଡର୍ଣ୍ଣ କିଚେନ ସମେତ ଏକ କୋଚ ସାୱାର ରୁମର ବି ସୁବିଧା ରହିଛି । ସେକେଣ୍ଡ କ୍ଳାସ ବଗି ପାଇଁ ବ୍ୟକ୍ତି ପିଛା ୮୨ ହଜାର ୯୫୦  ଟଙ୍କା ରଖାଯାଇଥିବା ବେଳେ ଫାଷ୍ଟ କ୍ଲାସ ଏସିରେ ଯାତ୍ରା କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଜଣକା 1 ଲକ୍ଷ 2 ହଜାର ୯୫ ଟଙ୍କା ଟିକଟ ପିଛା ରଖାଯାଇଛି । ଏହା ସହିତ ଏସି ହୋଟେଲରେ ରହିବା ଏବଂ ସ୍ୱାଦିଷ୍ଟ ନିରାମିଷ ଭୋଜନ ବି ଖୁବ ସହଜରେ ମିଳିପାରିବ । ଏଥିରେ ଟ୍ରାଭେଲ ଇନ୍ସୁରାନ୍ସ ପରି ସୁବିଧା ମାନ ବି ଅନ୍ତର୍ଭୁକ୍ତ ରହିଛି ।

ଖାଲି ଉତ୍ତର ଭାରତ ନୁହେଁ ଦକ୍ଷିଣ ଭାରତୀୟଙ୍କ ପାଇଁ ବି ଏହି ସମାନ ସୁବିଧାମାଁ ଖୁବଶୀଘ୍ର ଲାଗୁ ହେବ । ଚଳିତ ମାସ ୧୬  ତାରିଖରୁ ମଦୁରାଇ ଠାରୁ ରାମାୟଣ ୟାତ୍ରା ଏକ୍ସପ୍ରେସ ଟ୍ରେନ ବାହାରିବ । ମୋଟ ରୂପରେ ୧୨ଟି ରାତି ଓ ୧୩ ଦିନ ପାଇଁ ଏହି ଯାତ୍ରା ରହିବ । ଟ୍ରେନ ମଦୁରାଇରୁ ଆରମ୍ଭ ହୋଇ ହାମ୍ପି, ନାସିକ, ଚିତ୍ରକୂଟ, ଆଲ୍ହାବାଦ, ବାରଣାସୀ ଆଦିକୁ ଯାତ୍ରା କରି ମଦୁରାଇକୁ ଫେରିଆସିବ । ଏହି ଟ୍ରେନରେ ସ୍ଲିପର କୋଚର ସୁବିଧା ବି ରହିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.