ଆରେ ଏ କି ପ୍ରେମ….ବିଷାକ୍ତ ସାପକୁ ବେକରେ ଗୁଡାଇ କିସ୍‌ କରିବାକୁ ଲାଗିଲେ ଯୁବତୀ, ଆଉ ତା’ ପରେ

ଆପଣ ଯଦି ହଠାତ୍‌ ସାପ ଦେଖିଦିଅନ୍ତି, ତେବେ କ’ଣ କରିବେ ? ଛାନିଆ ହୋଇ ଦୌଡିବେ ନା ! ସାପ ନାଁ ଶୁଣିଲେ କିମ୍ବା ଦେଖିଲେ ଆମେ ଛାନିଆ ହୋଇ କେଉଁଆଡେ ଦୌଡି ପଳାଇଥାଉ। ସାପର ଦଶଂନରୁ ବଞ୍ଚିବା ପାଇଁ ଅଧିକାଂଶ ଲୋକେ ଏମିତି କରନ୍ତି। କିନ୍ତୁ କିଛି ଲୋକ ରହିଛନ୍ତି, ଯେଉଁମାନେ ସାପକୁ କୁକୁର ଓ ବିଲେଇ ଭଳି ପୋଷା କରି ରଖିଥାନ୍ତି, ସେମାନଙ୍କ ସହିତ ସବୁବେଳେ ରହିବାକୁ ଚାହାନ୍ତି। ଏମିତି କେବଳ ସାପୁଆ କେଳା କରୁଥିବେ ବୋଲି ଆପଣ ଭାବୁଥିବେ, କିନ୍ତୁ ଏହା ସତ ନୁହେଁ। ଦୁନିଆରେ ଏମିତି କିଛି ଲୋକ ରହିଛନ୍ତି, ଯେଉଁମାନେ ସାପକୁ ମଧ୍ୟ ପୋଷା କରି ରଖିବାକୁ ଚାହାନ୍ତି।

ଏମିତି ଜଣେ ଯୁବତୀ ରହିଛନ୍ତି, ଯିଏକି ବିଷାକ୍ତ ସାପକୁ ନିଜ ଗଳାରେ ଧାରଣ କରନ୍ତି ଆଉ ତାକୁ ଚୁମ୍ବନ ମଧ୍ୟ ଦିଅନ୍ତି। ହୁଏତ ଆପଣ ଏହାକୁ ସତ ବୋଲି ଭାବୁନଥିବେ, କିନ୍ତୁ ସୋସିଆଲ ମିଡିଆରେ ଏହା ଭାଇରଲ ହେଉଛି। ଯେଉଁଥିରେ ଯୁବତୀ ଜଣକ ସାପକୁ ଚୁମ୍ବନ କରି ଆଇ ଲଭ ୟୁ କହୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଦେଖି ହୁଏତ ଆପଣଙ୍କ ହୋସ ଉଡିଯାଇପାରେ।

 

View this post on Instagram

 

A post shared by Royal Pythons (@royal_pythons_)

ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏହି ଭିଡିଓରେ ସାପକୁ ଯୁବତୀ ଜଣକ ପୋଷା ଜୀବ ଭଳି ଟ୍ରିଟ୍‌ କରୁଛନ୍ତି। ସାପକୁ ବେକରେ ଗୁଡାଇ କିସ୍‌ କରୁଛନ୍ତି। royal_python_ ନାମରେ ଜଣେ ୟୁଜର ଇନଷ୍ଟାଗ୍ରାମରେ ଏହି ଭିଡିଓ ଅପଲୋଡ କରିଛନ୍ତି। ଏହି ଭିଡିଓରେ କ୍ୟାପସନ ମଧ୍ୟ ଦେଇଛନ୍ତି, ଲଭ ୟୁ ମାଇଁ ସ୍ନେକ। ଏହାକୁ ଏଯାଏ ୯୬୦୦ରୁ ଅଧିକ ଲୋକ ଲାଇକ୍‌ କରିସାରିଲେଣି।

ଭିଡିଓରେ ଦୁହେଁ ଅର୍ଥାତ୍‌ ସାପ ଏବଂ ଯୁବତୀ ଆରାମରେ ବସିଥିବା ଦେଖିବାକୁ ମିଳିଛନ୍ତି। ସାପର ମୁଣ୍ଡ ଯୁବତୀଙ୍କ ପାଟି ପାଖରେ ରହିଛି। ଯୁବତୀ ଜଣକ ସାପକୁ କିସ୍‌ କରୁଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା, ସାପକୁ କିସ୍‌ କରିବା ପରେ ସାପ ଏହାର ପ୍ରତିକ୍ରିୟା ଜଣାଉଛି। ଯୁବତୀ ଜଣକ କିସ୍‌ କରିବା ପରେ ସାପ ମୁହଁକୁ ଖୋଲି ବନ୍ଦ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.