ବ୍ରୁସ୍‌ଲି’ଙ୍କ ଭଳି ଆକ୍ସନ୍‌ କରୁଛନ୍ତି ଟାଇଗର ଶ୍ରଫ୍‌, ଲଣ୍ଡନରେ ଆରମ୍ଭ ହେଲା ‘ଗଣପତ’ର ସୁଟିଂ; ଦେଖନ୍ତୁ ଭିଡିଓ

ବଲିଉଡ୍‌ର ଆକ୍ସନ୍‌ ଷ୍ଟାର ଟାଇଗର ଶ୍ରଫ୍‌ଙ୍କୁ କିଏ ବା ନ ଜାଣେ। ବାପା ଜ୍ୟାକି ଶ୍ରଫ୍‌ଙ୍କ ଭଳି କଠିନ ପରିଶ୍ରମ ବଳରେ ଆଜି ଟାଇଗର ବି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଇତି ମଧ୍ୟରେ ଟାଇଗର ଫ୍ୟାନ୍‌ଙ୍କୁ ବହୁ ବିଗ୍‌ ହିଟ୍‌ ଫିଲ୍ମ ଭେଟି ଦେଇସାରିଛନ୍ତି। ତେବେ ଟାଇଗର ଏବେ ନିଜ ନୂଆ ପ୍ରୋଜେକ୍ଟ ପାଇଁ ବିଦେଶରେ ଅଛନ୍ତି। ଆଗାମୀ ଫିଲ୍ମ ‘ଗଣପତ’ର ସୁଟିଂ ପାଇଁ ଟାଇଗର ଶ୍ରଫ୍‌ ଲଣ୍ଡନରେ ପହଞ୍ଚିଛନ୍ତି। ଏବେ ସେଠାରେ ଫିଲ୍ମର କେତେକ ଦୃଶ୍ୟର ସୁଟିଂ ଚାଲିଛି। ଏ ନେଇ ଫ୍ୟାନ୍‌ଙ୍କୁ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ଟାଇଗର।

ଫିଲ୍ମ ନିର୍ମାତା ଓ ନିଜେ ଟାଇଗର ଶ୍ରଫ୍‌ ଗଣପତ ଫିଲ୍ମର ସୁଟିଂ ବିଦେଶରେ ଆରମ୍ଭ ହୋଇଥିବା ନେଇ ସୂଚନା ଦେଇଛନ୍ତି। ସୁଟିଂ ବେଳର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ଟାଇଗର ଶ୍ରଫ୍‌ ଜବରଦସ୍ତ ଆକ୍ସନ୍‌ କରୁଥିବା ନଜର ଆସିଛନ୍ତି। ଭିଡିଓରେ ଟାଇଗର ଲୋକପ୍ରିୟ ଆକ୍ସନ୍‌ ଷ୍ଟାର ବ୍ରୁସ୍‌ ଲିଙ୍କ ମୁଭ୍‌ କରୁଥିବା ଦେଖିବାକୁ ମିଳିଛି।

ଏହି ଭିଡିଓକୁ ସେୟାର କରି ଟାଇଗର ଶ୍ରଫ୍‌ ଲେଖିଛନ୍ତି, ‘ଭଗବାନ ଓ ଜନତା, ଆଜି ମୁଁ ଆପଣ ଦୁହିଁଙ୍କର ଆଶୀର୍ବାଦ ନେଇ ଗଣପତର ୟୁକେ ସିଡ୍ୟୁଲ ଆରମ୍ଭ କରିଛି’। ତେବେ କୁହାଯାଉଛି ଯେ ୟୁକେରେ ଫିଲ୍ମର ସୁଟିଂ ୩ ମାସ ଯାଏଁ ଚାଲିବ।

ଦେଖନ୍ତୁ ଟାଇଗରଙ୍କ ଭିଡିଓ:

 

View this post on Instagram

 

A post shared by Tiger Shroff (@tigerjackieshroff)

ହିରୋପନ୍ତୀ ପରେ ଏହି ଫିଲ୍ମ ଜରିଆରେ ପୁଣିଥରେ ଏକାଠି ନଜର ଆସିବେ କୃତି ସାନନ୍‌ ଓ ଟାଇଗର ଶ୍ରଫ୍‌। ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ବିକାଶ ବହଲ। ଏହି ଫିଲ୍ମ ୨୦୨୨ରେ କ୍ରିସ୍‌ମାସ ଅବସରରେ ରିଲିଜ୍‌ ହେବ। ଗଣପତ ବ୍ୟତୀତ ଟାଇଗର ହିରୋପନ୍ତୀ ୨, ବାଗୀ ୪ ଓ ହଲିଉଡ୍‌ର ସୁପରହିଟ୍‌ ଫିଲ୍ମ ‘ରାମ୍ବୋ’ର ହିନ୍ଦୀ ରିମେକ୍‌ରେ ମଧ୍ୟ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.