Below header

ପୁଣି ଅସହାୟଙ୍କୁ ସହାୟତାର ହାତ ବଢାଇଲା କିସ୍‍ ଫାଉଣ୍ଡେସନ, ହଟିବ ବାପା ଛେଉଣ୍ଡ ଶୁଭଶ୍ରୀଙ୍କ ପରିବାରର ଦୁଃଖ

ଟାଙ୍ଗୀ(କେନ୍ୟୁଜ୍):  ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍‍ ଡିଆ ପଞ୍ଚାୟତ ଅନ୍ତର୍ଗତ ଭୋଇ ସାହିର ଅସହାୟ ଶୁଭଶ୍ରୀ ପଟ୍ଟନାୟକଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଛି କିସ୍‍ ଫାଉଣ୍ଡେସନ୍‍। ଗତ ଅକ୍ଟୋବର ୩୧ ତାରିଖରେ ହାତୀ ଆକ୍ରମଣରେ ଶୁଭଶ୍ରୀଙ୍କ ବାପା ବିଜୟ ପଟ୍ଟନାୟକଙ୍କ ଦେହାନ୍ତ ହୋଇଯାଇଥିଲା। ପୂର୍ବରୁ କୌଣସି କାରଣରୁ ଶୁଭଶ୍ରୀଙ୍କ ଏକମାତ୍ର ଭାଇଙ୍କ ମୃତ୍ୟୁ ଘଟିଥିଲା। ଏବେ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ବିଜୟଙ୍କ ମୃତ୍ୟୁ ପରେ ଶୁଭଶ୍ରୀଙ୍କ ପରିବାର ସଂପୂର୍ଣ୍ଣ ବେସାହାରା ହୋଇଯାଇଛି।

କେନ୍ୟୁଜରେ ଶୁଭଶ୍ରୀଙ୍କ ଦୁଃଖ ଭରା କାହାଣୀ ପ୍ରସାରଣ ହେବା ପରେ ଏହି ଖବର କିସ୍‍ ଫାଉଣ୍ଡେସନ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନଜରକୁ ଆସିଥିଲା। ସେ ତୁରନ୍ତ ନିଜ ପ୍ରତିନିଧିଙ୍କ ଜରିଆରେ ଶୁଭଶ୍ରୀଙ୍କ ସହ ଯୋଗାଯୋଗ କରି ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ବିଜୟଙ୍କ ଶୁଦ୍ଧି କ୍ରିୟା ପାଇଁ ଶ୍ରୀ ସାମନ୍ତ ଶୁଭଶ୍ରୀଙ୍କ ପରିବାରକୁ ଆଜି ୧୫ ହଜାର ଟଙ୍କା ଓ ବର୍ତ୍ତମାନ ଚଳିବା ପାଇଁ ୫ ହଜାର ଟଙ୍କା ପଠାଇଥିଲେ। ଏହା ସହ ଶୁଭଶ୍ରୀ ଚାହିଁଲେ କିଟ୍‍ ଓ କିସରେ ଚାକିରି କରି ପାରିବେ ବୋଲି ଶ୍ରୀ ସାମନ୍ତ ଆଶ୍ୱାସନା ଦେଇଛନ୍ତି। ଅସମୟରେ ଏଭଳି ସହାୟତା ପାଇଁ ଶୁଭଶ୍ରୀଙ୍କ ପରିବାର କିସ୍‍ ଫାଉଣ୍ଡେସନ ଓ ପ୍ରତିଷ୍ଠାତା ଅଚ୍ୟୁତ ସମନ୍ତଙ୍କୁ କୃତଜ୍ଞତା ଜଣାଇଥିବା ବେଳେ ସ୍ଥାନୀୟ ବାସିନ୍ଦା ଏଭଳି କାର୍ଯ୍ୟର ଭୂୟସୀ ପ୍ରଶଂସା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.