Below header

୫ବର୍ଷ ହେଲା ଜଳବନ୍ଦୀ ସମସ୍ୟାରେ ସାନକୋଷ୍ଠୀ ଗ୍ରାମବାସୀ, ଦୁଇ ଗୋଷ୍ଠୀ ମୁହାମୁହିଁ

ଚୌଦ୍ୱାର (କେନ୍ୟୁଜ୍‌) : ୫ବର୍ଷ ହେଲା ଜଳବନ୍ଦୀ ସମସ୍ୟାରେ ସାନକୋଷ୍ଠୀ ଗ୍ରାମବାସୀ, ଦୁଇ ଗୋଷ୍ଠୀ ମୁହାମୁହିଁ ଦୁଃଖ ବୁଝିବାକୁ ନା ଅଛି ପ୍ରଶାସନ ନା ଅଛନ୍ତି ସ୍ଥାନୀୟ ଜନପ୍ରତିନିଧି। ଆଜି କି କାଲିର ସମସ୍ୟା ନୁହେଁ, ସମସ୍ୟା ହେଉଛି ଦୀର୍ଘ ୫ବର୍ଷର ଯେଉଁଠି ଅସରାଏ ବର୍ଷା ହେଲେ ଜଳବନ୍ଦୀ ଜୀବନ ନିର୍ବାହ କରନ୍ତି ଅଂଚଳବାସୀ। ଇଏ କେଉଁ କାହାଣୀ ନୁହେଁ ବରଂ ବାସ୍ତବ ଜୀବନର ପ୍ରତିଛବି କଟକ ଜିଲ୍ଲ ଟାଙ୍ଗୀ-ଚୌଦ୍ୱାର ପଂଚାୟତ ସମିତି ଅନ୍ତର୍ଗତ ନପଙ୍ଗ ଗ୍ରାମପଂଚାୟତର ସାନକୋଷ୍ଠୀ ଗ୍ରାମର ୱାର୍ଡ଼ ନଂ.୨୧ ଯେଉଁଠାରେ ରହନ୍ତି ପ୍ରାୟ ୮/୧୦ଘର ପରିବାର । ବର୍ଷା ଆସିଲେ ଏଠାରେ ପାଣି ଜମି ପ୍ରାୟ ୨ ଫୁଟ୍ ଉଚ୍ଚର ପାଣି ଲହଡ଼ି ମାରେ ଗାଁ ଦାଣ୍ଡରେ। ଘର ଚାରିପାଖେ ପାଣି ଜମିକି ରହୁଥିବାରୁ ସରିସୃପଙ୍କ ଭୟ ସହିତ ରୋଷେଇବାସ କରିବାରେ ବିଭିନ୍ନ ସମସ୍ୟା ଉପୁଜେ । ଅନ୍ୟଦିନ ଅପେକ୍ଷା ବର୍ଷାଦିନ ଆସିଲେ ଯେମିତି ତାଙ୍କ ଗାଁକୁ ବିପଦ ଆସେ ବୋଲି ଗ୍ରାମବାସୀ କହନ୍ତି ।

gropଲଘୁଚାପ ବର୍ଷା ଲାଗିକି ରହିଲା ତେବେ କଥା ସରିଲା ବୋଲି ଭାବିନେବା ଦରକାର କାରଣ ବର୍ଷାପାଣି ସହ ବିଭିନ୍ନ ନାଳନର୍ଦ୍ଦମା ପାଣି ମିଶି ଗାଁ ଦାଣ୍ଡରେ ଜମି ରହିବା ଦ୍ୱାରା ଲୋକମାନେ ଝାଡ଼ା, ବାନ୍ତି ଆଉ ଜ୍ୱର ସହ ବିଭିନ୍ନପ୍ରକାର ମାରାତ୍ମକ ଚର୍ମରୋଗର ଶିକାର ହେଉଥିବାର ଜଣାପଡ଼ିଛି । ଗ୍ରାମବାସୀମାନେ ଏଭଳି ସମସ୍ୟାରେ ଜୀବନ ଅତିବାହିତ କରୁଥିବା ବେଳେ ନା ଏଠି ସ୍ଥାନୀୟ ପ୍ରଶାସନ କି ପଂଚାୟତ ପ୍ରତିନିଧି କେହିବି ଏଠାରେ ପହଂଚିନାହାନ୍ତି କି ସମସ୍ୟା ସୁଧାରିବାକୁ ଚେଷ୍ଟା କରିନାହାନ୍ତି । ଆଉ ସ୍ଥାନୀୟ ବିଧାୟକଙ୍କ କଥା କହିଲେ ନ ସରେ । ସେଥିପାଇଁ ଗ୍ରାମବାସୀମାନେ ତାଙ୍କର ଏହି ଚିରାଚରିତ ସମସ୍ୟାକୁ ନେଇ ଅଚଂଳର ଅଗ୍ରଣୀ ସାମାଜିକ ସଂଗଠନ ଜନକଲ୍ୟାଣ ଯୁବକ ସଂଘଙ୍କ ନିକଟରେ ଫେରାଦ୍ ହୋଇଥିଲେ । ପରେ ଜନକଲ୍ୟାଣ ଯୁବକ ସଂଘର ସଦସ୍ୟମାନଙ୍କ ତରଫରୁ ଏକ ଦଳ ରାଜମିସ୍ତ୍ରୀକୁ ଧରି ଗ୍ରାମର ସମସ୍ୟା ସୁଧାରିବା ପାଇଁ ପାଇପ୍ ବିଛାଇବା କାମ ଆରମ୍ଭ କରିଥିଲେ ।

କାମ ଆରମ୍ଭ ହେଲାବେଳକୁ ଗ୍ରାମର କିଛିଲେକ ସେଠାରେ ଉପସ୍ଥିତ ହୋଇ ଏହି କାମକୁ ବନ୍ଦ କରିବା ସହ ଡ୍ରେନେଜ୍ କରାଗଲେ ତାଙ୍କ ବିଲ ପାଣିରେ ବୁଡ଼ିଯିବ ବୋଲି ପ୍ରକାଶ କରିଥିଲେ । ଜନକଲ୍ୟାଣ ଯୁବକ ସଂଘର ସୁଜିତ୍ କୁମାର ଦାସ ଓ ଅମିତ୍ କୁମାର ମହାନ୍ତିଙ୍କ କହିବା ଅନୁଯାୟୀ ଯଦି ଏହି କାମରେ ସ୍ଥାନୀୟ ପ୍ରଶାସନ ତାଙ୍କୁ ସହଯୋଗର ହାତ ବଢ଼ାନ୍ତା ତେବେ କାମଟି ସୁରୁଖୁରୁରେ ହୋଇପାରନ୍ତା ଏବଂ ଗ୍ରାମବାସୀ ଦୀର୍ଘବର୍ଷ ଧରି ଜଳବନ୍ଦୀ ସମସ୍ୟାରୁ ମୁକ୍ତି ପାଇପାରନ୍ତେ ବୋଲି ପ୍ରକାଶ କରିଥିଲେ ।

groupଘଟଣା ସମ୍ପର୍କରେ ସ୍ଥାନୀୟ ସରପଂଚ ନାରାୟଣ ସ୍ୱାଇଁଙ୍କୁ ପଚାରିବାରୁ ସେ କହିଥିଲେ ଯେ ସାନକୋଷ୍ଠୀର ଏହି ସମସ୍ୟା ଦୂର କରିବା ପାଇଁ ମୁଁ ସବୁବେଳେ ଚେଷ୍ଟା ଜାରି ରଖିଛି । ଆଜି ଯେଉଁଠାରେ ଲୋକମାନେ ଘର କରି ରହିଛନ୍ତି ସେଠାରେ ଆଗରୁ ବହୁତ ବଡ଼ ଖାଲ ଜମି ଥିଲା । ଫନୀ ବାତ୍ୟା ବେଳେ ଗ୍ରାମବାସୀଙ୍କୁ ଦିଆଯାଇଥିବା ୯୫ହଜାର ଟଙ୍କା ଆର୍ଥିକ ସହାୟତାରେ ସେମାନେ ଘରକୁ ଉଚ୍ଚା କରିଦେଲେ । ଗ୍ରାମର ଡ୍ରେନେଜ୍ ସୁବିଧା ପାଇଁ ୬୦ହଜାର ଟଙ୍କା ଦିଆଯାଇଥିବା ବେଳେ କିଛି ଲେକ ସରକାରୀ ଜାଗାକୁ ଅବରୋଧ କରି ପାଚେରୀ ନିର୍ମାଣ କରିବା ସହ କିଛି ଲୋକଙ୍କ ବ୍ୟକ୍ତିଗତ ଜାଗା ଦେଇ ଏହି ରାସ୍ତା ଯାଇଥିବାରୁ ସେମାନେ ଏହି ବାଟ ଦେଇ ପାଣି ଛାଡ଼ିବାକୁ ରାଜି ହେଉନାହାନ୍ତି ।

ଅନ୍ୟପକ୍ଷରେ ଗ୍ରାମର ଏ ମୁଣ୍ଡରୁ ସେ ମୁଣ୍ଡ ପର୍ଯ୍ୟନ୍ତ ଗୋରୁଗାଈ ବାନ୍ଧି ରାସ୍ତାକୁ ଅବରୋଧ କରିବା ସହିତ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟ ସୃଷ୍ଟି କରୁଛନ୍ତି ବୋଲି ସରପଂଚ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ । ବର୍ଷାଦିନେ ଗାଁ ଦାଣ୍ଡରେ ପାଣି ଜମିଲେ ସେ ନିଜସ୍ୱ ଅର୍ଥ ଖର୍ଚ୍ଚ କରି ପାଣିମଟର ଲଗାଇ ପାଣି ନିଷ୍କାସନ ମଧ୍ୟ କରିଥାନ୍ତି ବୋଲି କହିବା ସହ ଏହି ଗ୍ରାମବାସୀଙ୍କ ସୁବିଧା ନିମନ୍ତେ ୨ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ଏକ ଡ୍ରେନେଜ୍ ବ୍ୟବସ୍ଥା କରିବା ପାଇଁ ଟାଙ୍ଗୀ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିକଟରେ ଦେଇଛନ୍ତି ବୋଲି ପ୍ରକାଶ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.