ପ୍ରତି ମିନିଟ୍‌କୁ ୨୩ ଲକ୍ଷ କମାନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରୀର ମାଲିକ ମୁକେଶ ଅମ୍ବାନୀ, ଅନେକ ଦେଶରେ ଜିଡିପି ଠାରୁ ମଧ୍ୟ ଅଧିକ ରହିଛି ସମ୍ପତ୍ତି

ରିଲାଏନ୍ସ ଇଣ୍ଡଷ୍ଟ୍ରୀର ମାଲିକ ମୁକେଶ ଅମ୍ବାନୀ ଦୁନିଆର ଧନୀ ବ୍ୟକ୍ତି ତାଲିକାରେ ୫ମ ସ୍ଥାନରେ ରହିଛନ୍ତି। କୁହାଯାଏ କି, କୌଣସି ବ୍ୟକ୍ତି ଯେତିକି ସମୟ ଚା’ ପିଅନ୍ତି, ସେତିକି ସମୟରେ ମୁକେଶ ଅମ୍ବାନୀ ନିଜ ସଂପତ୍ତିର ମୂଲ୍ୟ ଲକ୍ଷ ଲକ୍ଷ ବଢାଇଦିଅନ୍ତି। ଏମିତି କିଛି ତଥ୍ୟ ମୁକେଶଙ୍କ ବିଷୟରେ ରହିଛି, ଯାହା ସମସ୍ତଙ୍କୁ ଅଜଣା। ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ରୋଚକ ତଥ୍ୟ…

ମୁକେଶ ଅମ୍ବାନୀ ଭାରତ ସହିତ ସମଗ୍ର ଏସିଆର ସବୁଠାରୁ ବଡ ଧନୀ। ଗତ ୧୦ ବର୍ଷରେ ନିଜର ସମ୍ପତ୍ତିର ପାଖାପାଖି ୩ ଗୁଣ ବୃଦ୍ଧି କରିସାରିଲେଣି ଅମ୍ବାନୀ। ୨୦୧୦ରେ ତାଙ୍କ ସମ୍ପତ୍ତିର ଆନୁମାନିକ ମୂଲ୍ୟ ୨୭ ବିଲିଅନ ଡଲାର ଥିଲା ଯାହା ୨୦୨୦ରେ ପାଖାପାଖି ୮୦ ବିଲିଅନ ଡଲାର ହୋଇସାରିଲାଣି।

mukesh

ମୁମ୍ବାଇରେ ମୁକେଶଙ୍କ ପରିବାର ୨୭ ମହଲା ବିଶିଷ୍ଟ ଏଣ୍ଟିଲିୟାରେ ରହୁଛନ୍ତି। ଏହାକୁ ନିର୍ମାଣ କରିବା ପାଇଁ ୭ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଲାଗିଥିଲା। ଏହା ଦୁନିଆର ସବୁଠାରୁ ମହଙ୍ଗା ଏବଂ ବିଳାସପୂର୍ଣ୍ଣ ଘର ମଧ୍ୟ ଜଣାଶୁଣା। ମୁକେଶ ଅମ୍ବାନୀ ଭାରତର ଦ୍ୱିତୀୟ ସବୁଠାରୁ ଧନୀ ବ୍ୟକ୍ତିଙ୍କ ଠାରୁ ୪ ଗୁଣା ଅଧିକ ଧନୀ। ଭାରତର ଦ୍ୱିତୀୟ ସବୁଠାରୁ ଧନୀ ବ୍ୟକ୍ତି ରାଧା କିଶନ ଦମାନୀ ରହିଛନ୍ତି। ମୁକେଶ ଗୋଟେ ମିନିଟ୍‌କୁ ୨୩ ଲକ୍ଷ ଟଙ୍କା କମାନ୍ତି ।

ambani

୨୦୧୯ରେ ମୁକେଶ ଅମ୍ବାନୀଙ୍କ ସଂପତ୍ତି ପ୍ରତିଦିନ ୩୩ କୋଟିରୁ ଉଦ୍ଧ୍ୱ ଟଙ୍କା ବୃଦ୍ଧି ହୋଇଥାଏ। ଓ୍ଵାଲର୍ଡ ଡାଟା ମୁତାବକ, ଆଫଗାନିସ୍ତାନ, ବୋସନିଆ, ବୋଟ୍ସଓ୍ଵାନ ଭଳି ଦେଶର ଜିଡିପିକୁ ଯଦି ଏକାଠି କରିଦିଆଯାଇ, ତେବେ ମଧ୍ୟ ମୁକେଶଙ୍କ ସମ୍ପତ୍ତି ଠାରୁ କମ୍‌ ହେବ।

You might also like