ଭୁବନେଶ୍ୱର ଖଣ୍ଡଗିରି ଛକରୁ ୫ ଲକ୍ଷ ଟଙ୍କାର ଗଞ୍ଜେଇ ଭର୍ତ୍ତି ବୋଲେରୋ ଗାଡ଼ି ଜବତ, ଜଣେ ଗିରଫ

ଭୁବନେଶ୍ୱର: ରାଜଧାନୀରୁ ୯୫ କେଜି ଗଞ୍ଜେଇ ଜବତ । ଅବକାରୀ ମୋବାଇଲ ସ୍କ୍ଵାଡ ଭୁବନେଶ୍ୱର ଖଣ୍ଡଗିରି ଛକରୁ ଗଞ୍ଜେଇ ଭର୍ତ୍ତି ବୋଲେରୋ ଗାଡ଼ି ଜବତ କରିଥିବା ଜଣାପଡିଛି ।

ମିଳିଥିବା ସୂଚନା ମୁତାବକ, ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପାଖାପାଖି ୫ ଲକ୍ଷ ଟଙ୍କା ହେବ । ଏହାସହ ଏଥିରେ ଜଣଙ୍କୁ ଗିରଫ କରିଛି ପୋଲିସ । ଗାଡି ନମ୍ବର ପରିବର୍ତ୍ତନ କରି ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଜବତ ହୋଇଛି । ଗିରଫ ଜଣଙ୍କ ଯାଜପୁରର ଦେବେନ୍ଦ୍ର ରାଉତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.