ଅଧିକ ମାସ (ମଳ ମାସ)ରେ ଭୁଲରେ ବି କରନ୍ତୁ ନାହିଁ ଏସବୁ କାର୍ଯ୍ୟ, ଜାଣନ୍ତୁ କ’ଣ

ଭଗବାନ ବିଷ୍ଣୁଙ୍କ ସର୍ବାଧିକ ପ୍ରିୟ ଅଧିକମାସ (ମଳମାସ) ଗତକାଲି ଠାରୁ ଆରମ୍ଭ ହୋଇଛି। ମାନ୍ୟତା ଅନୁଯାୟୀ ଅଧିକ ମାସ ୩୨ ମାସ, ୧୬ ଦିନ ଏବଂ ୪ ଘଣ୍ଟା ଅନ୍ତରରେ ଆସିଥାଏ। ଏହାକୁ ମଳମାସ, ଅଧିକ ମାସ, ମଲିମ୍ଲୁଚ ମାସ ଏବଂ ପୁରୁଷୋତ୍ତମ ମାସ ମଧ୍ୟ କୁହାଯାଇଥାଏ। ପୌରାଣିକ ମାନ୍ୟତା ଅନୁଯାୟୀ ୧୨ ମାସରେ ବରୁଣ, ସୂର୍ଯ୍ୟ, ଭାନୁ, ତପନ, ଚଣ୍ଡ, ରବି,ଗଭସ୍ତି, ଅର୍ଯମା, ହିରଣ୍ୟରେତା, ଦିବାକର, ମିତ୍ର ଏବଂ ବିଷ୍ଣୁ ଏହି ୧୨ ମିତ୍ର ଅଧିକ ମାସରେ ଭିନ୍ନ ହୋଇଥାନ୍ତି। ଅଧିକ ମାସରେ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବାକୁ ବାରଣ କରାଯାଇଥାଏ। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ କିଛି ଖାସ୍‌ କଥା।

ଖର ମାସର ଅର୍ଥ ହେଉଛି ଖରାପ ମାସ ଅର୍ଥାତ ଏହି ମାସରେ ସମସ୍ତ ପ୍ରକାର ଶୁଭ କାର୍ଯ୍ୟ ବନ୍ଦ କରାଯାଇଥାଏ। ଏହି ମାସରେ ସୂର୍ଯ୍ୟ ପ୍ରତିକୂଳ ହୋଇଥିବା କାରଣରୁ ପ୍ରତ୍ୟେକ କାର୍ଯ୍ୟ ଅସଫଳ ହେବାର ନଜର ଆସିଥାଏ। ପୂର୍ବରୁ ଅଧିକ ମାସକୁ ଅଶୁଭ କୁହାଯାଉଥିଲା କିନ୍ତୁ ପରେ ଶ୍ରୀହରି ଏହି ମାସକୁ ନିଜ ନାଁ ଦେବା ପରେ ଅଧିକ ମାସର ନାମ ପୁରୁଷୋତ୍ତମ ମାସ ହୋଇଛି।

mal massମଳମାସରେ ବିବାହ ଆଦି ଶୁଭ କାର୍ଯ୍ୟ କରିବା ପାଇଁ ବାରଣ କରାଯାଇଥାଏ। ମାନ୍ୟତା ରହିଛି ଏହି ସମୟରେ ବିବାହ କରୁଥିବା ବ୍ୟକ୍ତିଙ୍କ ବୈବାହିକ ଜୀବନରେ ସୁଖ-ଶାନ୍ତି ଦେଖାଯାଇନଥାଏ। ଏଥିସହ ଅଧିକମାସରେ ନୂତନ ବ୍ୟବସାୟ କିମ୍ବା ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। କାରଣ ଏହି ମାସରେ ନୂତନ ବ୍ୟବସାୟ ଆରମ୍ଭ କରିବା ଦ୍ୱାରା ଆର୍ଥିକ ସମସ୍ୟା ଦେଖାଯାଇଥାଏ। ଏହିକାରଣରୁ ନୂତନ କାର୍ଯ୍ୟ ଆରମ୍ଭ କରିବା ଠାରୁ ଦୂରେଇ ରୁହନ୍ତୁ।

ଉଲ୍ଳେଖ ଅନୁଯାୟୀ ଏହି ମାସରେ ବ୍ରତ, ଦାନ, ପୂଜା, ଯଜ୍ଞ, ଧ୍ୟାନ କରିବା ଦ୍ୱାରା ପାପ କର୍ମ ସମାପ୍ତ ହୋଇଥାଏ ଏବଂ ପୁଣ୍ୟ ଫଳ ଦୁଇଗୁଣା ପ୍ରାପ୍ତ ହୋଇଥାଏ। ଦେବୀ ଭାଗବତ ପୁରାଣ ଅନୁଯାୟୀ ମଳ ମାସରେ କରାଯାଇଥିବା ସମସ୍ତ ଶୁଭ କର୍ମରେ ଅନନ୍ତ ଗୁଣା ଫଳ ପ୍ରାପ୍ତ ହୋଇଥାଏ। ଏହି ମାସରେ ଭାଗବତ କଥା ଶ୍ରବଣ ସହ ତୀର୍ଥସ୍ଥଳରେ ସ୍ନାନ କରିବାର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.