କୋଭିଡ ନିୟମ ଉଲ୍ଲଙ୍ଘନ କରି ନାଚ ଗୀତରେ ଝୁମିଲେ ହଜାର ହଜାର ଦର୍ଶକ, ସବୁଦେଖି ଚୁପ୍ ପ୍ରଶାସନ

ବାଲେଶ୍ୱର: ମହାମାରୀ କରୋନା ସମୟରେ ସାମାଜିକ ଦୂରତାକୁ ଭାଙ୍ଗି ଚାଲିଲା ଡ୍ୟାନ୍ସ । ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ନିମାତପୁର ହାଟରେ ଦେଖିବାକୁ ମିଳିଥିଲା ଏହି ଘଟଣା । କୋଭିଡ ନିୟମ ଉଲଘଂନ କରି ନାଚ ଗୀତର ପ୍ରୋଗ୍ରାମ ଆୟୋଜନ ହୋଇଥିଲା । ସାମାଜିକ ଦୂରତା ଉଲ୍ଲଙ୍ଘନ କରିବା ସହିତ କେହି ଜଣେ ମାସ୍କ ମଧ୍ୟ ପିନ୍ଧିନଥିଲେ । ଆଉ କରୋନା ମହାମାରୀର ଭୟ ନଥିଲା ପରି ଶହ ଶହ ଦର୍ଶକ ନାଚ ଗୀତର ତାଳେ ତାଳେ ଝୁମିଥିଲେ ।

BALASORE DANCE

ସୂଚନାନୁଯାୟୀ ବିଶ୍ୱର୍କମା ପୂଜା ଓ ମାନସା ପୂଜା ଅବସରରେ ନୃତ୍ୟ ଗୀତର ଆସର ଜମାଇ ବେଶ ମଜା ନେଉଥିଲେ ଶହ ଶହ ଦର୍ଶକ । ସରକାର ସମସ୍ତ କରୋନା କଟକଣାକୁ କୋହଳ କରିଦେଇଥିବା ବେଳେ ଖୁଲମ ଖୁଲା ନିମାତପୁର ମାର୍କେଟ ଉପରେ ପ୍ରୋଗ୍ରାମ ଚାଲିଥିଲା। ଏସମସ୍ତ ଅବହେଳା ମଧ୍ୟରେ ପୋଲିସ ଓ ପ୍ରଶାସନ ମଧ୍ୟ ଆଖି ବୁଜି ଦେଇଥିଲେ । ଯାହାର ମୌକା ନେଇ ସାମାଜିକ ଦୂରତାର ନିୟମ ଉଲ୍ଲଙ୍ଘନ ଆରମ୍ଭ ହୋଇଯାଇଥିଲା । ସଭିଏଁ ମିଶି ଡ୍ୟାନ୍ସର ମଜା ନେଉଥିବା ବେଳେ ତାଙ୍କୁ କେହି ଜଣେ ରୋକିବା ପାଇଁ ମଧ୍ୟ ନ ଥିଲେ । ତେବେ ପ୍ରଶାସନ ଏ ବାବଦରେ କିପରି ଅବଗତ ନଥିଲେ ଏନେଇ ପ୍ରଶ୍ନ ଉଠିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.