ଲୋକାର୍ପିତ ହେଲା ସୁଶାନ୍ତଙ୍କ ପ୍ରଥମ ମହମ ଷ୍ଟାଚ୍ୟୁ, କୋଲକାତା ପ୍ରଶଂସକ କଲେ ତିଆରି

ଅଭିନେତା ସୁଶାନ୍ତ ସିଂହଙ୍କ ଅଚାନକ ମୃତ୍ୟୁ ଯେମିତି ତାଙ୍କ କୋଟି କୋଟି ଫ୍ୟାନ୍ସଙ୍କୁ ଏକ ବଡ଼ ଝଟକା ଦେଇଛି । ତାଙ୍କ ମୃତ ଶରୀର ମୁମ୍ବାଇ ସ୍ଥିତ ବାସଭବନରୁ ଠାବ ହେବା ପରେ ତାଙ୍କ ପରିବାରଠୁ ଆରମ୍ଭ କରି ତାଙ୍କ ଫ୍ୟାନ୍ସ ମାନେ ଏହି ଅଭିନେତାଙ୍କ ପାଇଁ ନ୍ୟାୟ ଦାବି କରି ଆସୁଛନ୍ତି । ନ୍ୟାୟ ଦେବା ସହିତ ତାଙ୍କ ଫ୍ୟାନ୍ସ ମାନେ ଆଉ ଏକ ଦାବି କରି ଆସୁଥିଲେ । ଲଣ୍ଡନ ସ୍ଥିତ ମାଡ଼ାମ ତୁଷାଦ ମ୍ୟୁଜିୟମରେ ତାଙ୍କର ଏକ ମହମ ଷ୍ଟାଚ୍ୟୁ ନିର୍ମାଣ କରାଯାଉ ବୋଲି ସୁଶାନ୍ତଙ୍କ ପ୍ରଶଂସକ ମାନେ ବାରମ୍ବାର ଦାବି କରି ଆସୁଛନ୍ତି । ଲଣ୍ଡନରେ ତ ତାଙ୍କ ଷ୍ଟାଚ୍ୟୁ ନିର୍ମିତ ହୋଇଥିବା ନେଇ କୌଣସି ସୂଚନା ମିଳିନାହିଁ । କିନ୍ତୁ ପଶ୍ଚିମ ବଙ୍ଗର ସୁଶାନ୍ତଙ୍କ ଜଣେ ଫ୍ୟାନ କିନ୍ତୁ ନିଜ ହାତରେ ସୁଶାନ୍ତଙ୍କର ଏକ ଅବିକଳ ମହମ ଷ୍ଟାଚ୍ୟୁ ନିର୍ମାଣ କରିଛନ୍ତି । ଏମିତି ଏକ ସ୍ୱତନ୍ତ୍ର ତରିକାରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଆସନସୋଲର ଏହି କଳାକାର । ରିପୋର୍ଟରୁ ଜଣାଯାଇଛିକି ଏହା ସୁଶାନ୍ତଙ୍କ ପ୍ରଥମ ମହମ ଷ୍ଟାଚ୍ୟୁ ।

ଗୁରୁବାର ହିଁ ଏହି ଷ୍ଟାଚ୍ୟୁର ଅନାବରଣ କରାଯାଇଛି । ଆଗକୁ ଏହାକୁ ମ୍ୟୁଜିୟମରେ ରଖାଯିବ ବୋଲି ସ୍ଥିର କରାଯାଇଥିବା ଜଣାଯାଇଛି । ଯାହାକୁ ସାଧାରଣ ଲୋକେ ବି ସହଜରେ ଦେଖିପାରିବେ । ଏହାବାଦ ବିଭିନ୍ନ ସୋସିଆଲ ମିଡିଆରେ ସୁଶାନ୍ତଙ୍କ ଏହି ଷ୍ଟାଚ୍ୟୁର ଫଟୋ ଓ ଭିଡିଓ ବି ଖୁବ ଭାଇରାଲ ହେବାରେ ଲାଗିଛି । ଜଣେ ଯଦି ଏହାକୁ ଥରେ ନିରିଖେଇକି ଦେଖିବେ ତେବେ ନିଶ୍ଚିତ ରୂପେ ଭ୍ରମରେ ପଡିଯିବେଯେ ଇଏ ଅସଲି ସୁଶାନ୍ତ ନୁହନ୍ତି ତ । କହିରଖିବା ଉଚିତ ହେବକି, ସୁଶାନ୍ତଙ୍କ ମୃତ୍ୟୁକୁ ପାଖାପାଖି ୩ ମାସ ବିତିଗଲାଣି । ଘଟଣାର ପ୍ରଥମ କିଛି ଦିନ ମୁମ୍ବାଇ ପୋଲିସ ଏହାକୁ ଆତ୍ମହତ୍ୟା କହୁଥିଲେ ମଧ୍ୟ ପରେ ଏହାକୁ ନେଇ ବିବାଦ ଜୋର ଧରିବା ପରେ ଘଟଣାର ତଦନ୍ତ ଭାର ସିବିଆଇ, ଇଡ଼ି, ଏନସିବି ପରି ସଂସ୍ଥା ମାନଙ୍କୁ ହସ୍ତାନ୍ତର କରାଯାଇଛି । ମାମଲାର ତଦନ୍ତ ଚାଲିଥିବା ବେଳେ ଡ୍ରଗ୍ସ ଲିଙ୍କ ନେଇ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ସୌଭିକ ଆଦିଙ୍କୁ ବିରୋଧ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.