Below header

୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ବଲାଙ୍ଗୀର ଗୋଷ୍ଠୀ ଶିକ୍ଷା ଅଧିକାରୀ

ବଲାଙ୍ଗୀର(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ ବଲାଙ୍ଗୀର ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଘବ ପାଣିଗ୍ରାହୀ । ଏକ ମାମଲା ତଦନ୍ତ ରିପୋର୍ଟର ରଫାଦଫା କରିବାକୁ ଲାଞ୍ଚ ନେଉଥିଲେ । ପଟଣାଗଡ ରାମପୁରର ଶିକ୍ଷକ ସୁରେଶ ଚନ୍ଦ୍ର ମେହେରଙ୍କ ଠାରୁ ୧୦ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଧରିଛି ବଲାଙ୍ଗିର ଭିଜିଲାନ୍ସ । ତାଙ୍କ ସରକାରୀ କାର୍ଯ୍ୟାଳୟ ଓ ବାସଭବନରେ ଚଢ଼ାଉ କରିଥିଲା ।

ଅନ୍ଯପଟେ ସୂଚନା ଥାଉକି, ଗତକାଲି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଧରାପଡିଥିବା କେନ୍ଦୁଝର ଜିଲ୍ଲା ବାଂଶପାଳ BEO କାର୍ଯ୍ୟାଳୟର କନିଷ୍ଠ କିରାଣୀ ଗଙ୍ଗାଧର ସାହୁଙ୍କ ୧ କୋଟି ୨୩ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ ହୋଇଛି । ତାଙ୍କର ଜେଲ୍‌ ରୋଡ଼ ସ୍ଥିତ ସରକାରୀ ବାସଭବନ, ଭାଲୁକିପାଳତାରେ ଥିବା ଘର, ତାଳପଡ଼ା ସ୍ଥିତ ପୈତୃକ ଘର, ସରାଶପଶି ସ୍ଥିତ ଶ୍ୱଶୁର ଘରେ ରେଡ୍‌ ହୋଇଛି । କେନ୍ଦୁଝର ସହରରେ ଥିବା ୩ ମହଲା ଘରର ଆନୁମାନିକ ମୂଲ୍ୟ ୯୦ ଲକ୍ଷ ହେବ । ଚଢାଉରେ ୩ଜଣ ଡିଏସ୍‌ପି, ୫ଜଣ ଇନିସପେକ୍ଟର, ୨ଜଣ ଏଏସଆଇ ଓ ଭିଜିଲାନ୍‌ସର ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.