Below header

ଆସନ୍ତା ଡିସେମ୍ବରରୁ ଦକ୍ଷିଣ ଭାରତକୁ ସ୍ୱଦେଶ ଦର୍ଶନ ଟୁରିଷ୍ଟ ସ୍ୱତନ୍ତ୍ର ଟ୍ରେନ୍‌ ଆରମ୍ଭ କରୁଛି ଆଇଆରସିଟିସି, ଜାଣନ୍ତୁ କେତେ ରହିବ ପ୍ୟାକେଜ୍‌

କେନ୍ୟୁଜ୍: ଆସନ୍ତା ଡିସେମ୍ବରରୁ ଦକ୍ଷିଣ ଭାରତକୁ ସ୍ୱଦେଶ ଦର୍ଶନ ଟୁରିଷ୍ଟ ସ୍ୱତନ୍ତ୍ର ଟ୍ରେନ୍‌ ଆରମ୍ଭ କରିବାକୁ ଯାଉଛି ଆଇଆରସିଟିସି । ଡିସେମ୍ବର ୩ ତାରିଖରେ ସମ୍ବଲପୁର ଠାରୁ ବାହାରି ୧୦ରାତି ଏବଂ ୧୧ଦିନ ପାଇଁ ଯାତ୍ରାର ସୁବିଧା ଯୋଗାଇବ ଆଇଆରସିଟିସି । ରାମେଶ୍ୱରମ୍‌, ମଦୁରାଇ, କନ୍ୟାକୁମାରୀ, ଥାନଜାଭୁର, କାଞ୍ଚିପୁରମ୍‌, ମହାବଳିପୁରମ୍‌ ଏବଂ ମଲିକାର୍ଜୁନ ଜ୍ୟୋର୍ତିଲିଙ୍ଗ ପର୍ଯ୍ୟଟନସ୍ଥଳୀ ଗୁଡିକୁ ଭ୍ରମଣ କରାଇବ । ସମ୍ବଲପୁରରୁ ବୋର୍ଡିଂ ରହିବ ।

ଏହାସହ ଅନ୍ୟ ବୋର୍ଡିଂ ପଏଣ୍ଟ ଗୁଡିକ ହେଲା ଭୁବନେଶ୍ୱର, ବ୍ରହ୍ମପୁର, ବିଶାଖାପାଟନମ୍‌, ରାଜମହେନ୍ଦ୍ରୀ ବିଶାଖାପାଟଣା ଏବଂ ବିଜୟୱାଡା । ବଜେଟ୍‌ କ୍ଲାସ୍‌ ପାଇଁ ୧୮ହଜାର ୬୮୫ ଏବଂ ଷ୍ଟାଣ୍ଡାର୍ଡ କ୍ଲାସରେ ୧୯ହଜାର ୩୪୫ ସମସ୍ତ ପ୍ୟାକେଜ୍‌ ଦେୟ ଅନ୍ତର୍ଭୂକ୍ତ ସହିତ ସୁବିଧା ମିଳିବ । ସାଧାରଣ ଲୋକଙ୍କ ପାଇଁ ଅତ୍ୟନ୍ତ ସୁଲଭ ମୂଲ୍ୟରେ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଏବଂ ପର୍ଯ୍ୟଟନ ସ୍ଥାନ ପରିଦର୍ଶନ କରିବା ପାଇଁ ବିରଳ ସୁଯୋଗ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.