ରାଜ୍ୟ ରାଜନୀତିରେ ଉଷ୍ଣତା ଭରିଦେଇଛି ଧାମନଗର ଉପନିର୍ବାଚନ: ମଇଦାନରେ ଅବନ୍ତୀ-ସୂର୍ଯ୍ୟବଂଶୀ-ହରେକୃଷ୍ଣ ଲଢ଼େଇ

ଭଦ୍ରକ(କେନ୍ୟୁଜ୍): ସରଗରମ ଧାମନଗର ରାଜନୀତି । ନିର୍ବାଚନ ପାଇଁ ମଇଦାନ ପ୍ରସ୍ତୁତ। ମଇଦାନରେ ଅବନ୍ତୀ -ସୂର୍ଯ୍ୟବଂଶୀ-ହରେକୃଷ୍ଣ ଲଢ଼େଇ। ବିଜେଡିରୁ ପ୍ରାର୍ଥି ଭାବେ ଲଢିବେ ଅବନ୍ତୀ ଦାସ । ଏନେଇ ଦଳ ପକ୍ଷରୁ ଘୋଷଣା କରାଯାଇଛି । ଗତ ପଞ୍ଚାୟତ ନିର୍ବାଚନରେ ସମିତିସଭ୍ୟା ଭାବେ ଜିତିଥିଲେ ଅବନ୍ତୀ ଦାସ । ସେ କାଁପଡ଼ା ପଞ୍ଚାୟତର ସମିତିସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ । ଏବେ ତିହିଡ଼ି ବ୍ଲକ ଅଧ୍ୟକ୍ଷା ଭାବେ ଦାୟିତ୍ୱ ତୁଲାଉଛନ୍ତି । ମିଶନ ଶକ୍ତି ଏସଏଚଜିରେ ତାଙ୍କର ଅଭିଜ୍ଞତା ରହିଛି । ଏସଏଚଜି ସହିତ ଜଡ଼ିତ ଥିବାରୁ ପ୍ରାର୍ଥୀ ଭାବେ ତାଙ୍କୁ ଚୟନ କରାଯାଇଛି।

bjd

ସେହିପରି ଧାମନଗର ଉପନିର୍ବାଚନ ପାଇଁ ବାବା ହରେକୃଷ୍ଣ ସେଠୀଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ଏନେଇ ଏଆଇସିସି ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଅନ୍ୟପଟେ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ବିଜେପି ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିଛନ୍ତି । ଏଥିସହ ସେ ପ୍ରଚାର ମୈଦାନକୁ ବି ଓହ୍ଲାଇଛନ୍ତି । ପୂର୍ବରୁ ବିଜେପି ଦିବଙ୍ଗତ ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ କରିଛି। ବିଜେଡି ସୁପ୍ରିମୋ ଅବନ୍ତୀଙ୍କୁ ପ୍ରାର୍ଥୀ କରି ମହିଳା ସଶକ୍ତିକରଣ ନେଇ ବିଜେଡିର ପ୍ରତିବଦ୍ଧତାକୁ ଦର୍ଶାଇଛନ୍ତି।

dhamanagr

ଦଳୀୟ ସଙ୍ଗଠନ ଓ ଅନୁକମ୍ପା ଭୋଟକୁ ନେଇ ନିର୍ବାଚନ ବୈତରଣୀ ପାର୍‌ ହେବାକୁ ବିଜେପି ଲକ୍ଷ୍ୟ ରଖିଥିବାବେଳେ କଂଗ୍ରେସ ବାବା ହରେକୃଷ୍ଣଙ୍କୁ ପ୍ରାର୍ଥୀ କରି ନିର୍ବାଚନରେ ନିଜ ସମ୍ମାନ ଫେରିପାଇବାକୁ ଲକ୍ଷ୍ୟ ରଖିଛି। ଧାମନଗରରେ ଏପରି ତ୍ରିମୁଖୀ ଲଢେଇ ରାଜ୍ୟ ରାଜନୀତିରେ ଉଷ୍ଣତା ଭରିଦେଇଛି।

3

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.