Below header

ପୁରୀ ମାଟି ତୋଟାରେ ନିର୍ମାଣ ହେବ ୧୪ ଏକର ପରିମିତ ଜମିରେ ଆଦର୍ଶ ଗୁରୁକୁଳ, ୨୦୨୪ ସୁଦ୍ଧା ନିର୍ମାଣ କାମ ଶେଷ କରିବା ପାଇଁ ରଖାଯାଇଛି ଲକ୍ଷ୍ୟ

ପୁରୀ(କେନ୍ୟୁଜ୍): ପୁରୀ ମାଟିତୋଡ଼ାରେ ୧୪ ଏକର ଜମିରେ ସ୍ଥାପନ ହେବ ଆଦର୍ଶ ଗୁରୁକୁଳ । ଏଠାରେ ନର୍ସରୀରୁ ଦ୍ଵାଦଶ ଶ୍ରେଣୀ ଯାଏ ସିବିଏସଇ ଢାଞ୍ଚାରେ ପାଠପଢ଼ା ହେବ । ସେବାୟତ ପରିବାର ପିଲାଙ୍କ ପାଇଁ ୫୦ ପ୍ରତିଶତ ଆସନ ଓ ଅନ୍ୟ ବିଦ୍ୟାର୍ଥୀଙ୍କ ପାଇଁ ୫୦ ପ୍ରତିଶତ ସିଟ୍‌ ସଂରକ୍ଷଣ ରଖାଯିବ । ପ୍ରାଚୀନ, ବୈଦିକ, ଧାର୍ମିକ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ସେବାୟତ ପରିବାରର ବିଦ୍ୟାର୍ଥୀଙ୍କୁ ଅଧିକ ଦୁଇଘଣ୍ଟା ଶିକ୍ଷାଦାନ ଦିଆଯିବ ।

ଆଜି ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଆଲୋଚନା କରାଯାଇଛି । ପ୍ରସ୍ତାବିତ ଗୁରୁକୁଳର ଡିଜାଇନ୍‌, ଶିକ୍ଷାଦାନ ପ୍ରଣାଳୀ ଓ ଏମଓୟୁ ସମ୍ପର୍କରେ ହୋଇଛି ଆଲୋଚନା । ଗୁରୁକୂଳ ପାଇଁ ହୋଇଥିବା ଡିଜାଇନରେ ସାମାନ୍ୟ ପରିବର୍ତ୍ତନ କରାଯିବ । ଆସନ୍ତା ଅକ୍ଷୟ ତୃତୀୟା କିମ୍ବା ଗଣେଶ ଚତୁର୍ଥୀରେ ଆଦର୍ଶ ଗୁରୁକୁଳ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ।

ଆଦର୍ଶ ଗୁରୁକୁଳ ପାଇଁ ପ୍ରଥମେ ସୋସାଇଟି ଗଠନ, ମାଟିତୋଟାରେ ୧୪ ଏକର ଜମି ଲିଜରେ ଯୋଗାଇ ଦିଆଯାଇଛି । ଏନେଇ ବିର୍ଲା ଏଜୁକେସନ ସୋସାଇଟି ଓ ଆଦର୍ଶ ଗୁରୁକୁଳ ସୋସାଇଟି ଏମଓୟୁ ସ୍ୱାକ୍ଷର ହୋଇସାରିଛି । ଆଜି ଓବିସିସି ଓ ବିର୍ଲା ସୋସାଇଟି ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରିବା ପରେ ୧୯ ଏକର ଜମିର ଆବଶ୍ୟକ ରହିଥିବା କହିଛନ୍ତି ।  ଆଦର୍ଶ ଗୁରୁକୁଳରେ ସେବାୟତ ପରିବାରର ବିଦ୍ୟାର୍ଥୀମାନେ ସିବିଏସଇ ଢାଞ୍ଚାରେ ପାଠ ପଢ଼ିବା ସହ ନୈତିକ, ମୂଲ୍ୟବୋଧ ଭିତ୍ତିକ ଓ ଧାର୍ମିକ ଚେତନାର ଶିକ୍ଷା ପାଇପାରିବେ । ୨୦୨୪-୨୫ ଶିକ୍ଷାଦାନ ବର୍ଷରେ ଆଦର୍ଶ ଗୁରୁକୁଳ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.