Below header

ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ଚଣାବାଡ ପଞ୍ଚାୟତର ଝୋଡିପାଇଁ ଗାଁରେ ଅଭାବନୀୟ ଘଟଣା ଘଟିଛି । ଉଭୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତ ଯୁବକ ହେଲେ ମହେନ୍ଦ୍ର ହିକକା ଓ ଯୁବତୀଙ୍କ ନାଁ ଯୁବନ୍ତି ।

କୋରାପୁଟ : ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ଚଣାବାଡ ପଞ୍ଚାୟତର ଝୋଡିପାଇଁ ଗାଁରେ ଅଭାବନୀୟ ଘଟଣା ଘଟିଛି । ଉଭୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତ ଯୁବକ ହେଲେ ମହେନ୍ଦ୍ର ହିକକା ଓ ଯୁବତୀଙ୍କ ନାଁ ଯୁବନ୍ତି ।

ମୃତ ପୁଅର ବାପା ଘଟଣା ନେଇ ଥାନାରେ ଏତଲା ଦେଇଛନ୍ତି । ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଜାରି ରଖିଛି। ଭଲପାଇ ଉଭୟେ ୨ ବର୍ଷ ବିତିଯାଇଥିଲେ ମଧ୍ୟ ଘର ଲୋକେ ଗ୍ରହଣ କଲେ ନାହିଁ । ପୁଅ ଘର ଲୋକଙ୍କଠାରୁ ସହଯୋଗ ନମିଳିବାରୁ ଅସହାୟ ହୋଇ ପ୍ରେମୀ ଯୁଗଳ ଅତ୍ମ ହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ଗାଁ ମୁଣ୍ଡରେ ତେନ୍ତୁଳି ଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଠାବ କରାଯାଇଛି । ଉଭୟେ ଆତ୍ମହତ୍ୟା କରିଥିବା ସନ୍ଦେହ । ଗତକାଲି ଯୁବକ ଜଣକ ପ୍ରମିକାକୁ ଧରି ଘରକୁ ଯାଇଥିବାବେଳେ ଯୁବକର ବାପାଘର ଘରକୁ ପ୍ରବେଶ ପାଇଁ ମନା କରିଦେଇଥିଲେ । ଯୁବକ ଓ ଯୁବତୀଙ୍କ ଘର ଗୋଟାଏ ଗାଁର ହୋଇଥିବାବେଳେ ଯୁବକର ପରିବାର ଲୋକେ ବିବାହ ସକାଶେ ସହମତି ପ୍ରକାଶ କରୁନଥିଲେ । ମୃତ ଯୁବକ ହେଲେ ମହେନ୍ଦ୍ର ହିକକା ଓ ଯୁବତୀ ଜଣକ ହେଲେ ଯୁବନ୍ତି ବୋଲି ଜଣାପଡିଛି ।

ମୃତ ପୁଅର ବାପା ମଧୁ ହିକକା ଗଛରେ ମୃତ ଦେହ ଓହଲିଥିବା ନେଇ ଥାନାରେ ଏତଲା ଦେଇଛନ୍ତି । ପୁଅର ପରିବାର ଆଶ୍ରୟ ନ ଦେବାରୁ ହତାଶ ହୋଇ ଅତ୍ମ ହତ୍ୟା କରିଛନ୍ତି ବୋଲି ମୃତାର ମା ଓ ଭଉଣୀ ଅଭିଯୋଗ କରିଥିଲେ ମଧ୍ୟ ଥାନାରେ କୌଣସି ଅଭିଯୋଗ କରିନାହାନ୍ତି ।  ପୋଲିସ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.