୧୦ ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ ବୋଲେରୋ ଜବତ, ମାଫିଆ ଫେରାର 

ବିଶେଷ ସୂତ୍ରରୁ ଖବର ପାଇ ମାଛକୁଣ୍ଡ ପୋଲିସ ଗଞ୍ଜେଇ ଚୋରା ଚାଲାଣ ରୋକିବା ପାଇଁ ଶଗର ଗ୍ରାମ ନିକଟରେ ନାକାବନ୍ଦୀ କରିଥିଲେ l ଦ୍ରୁତ ଗତିରେ ଆସୁଥିବା ବୋଲେରୋ ଗାଡି ପୋଲିସକୁ ଦେଖି ବ୍ୟାରେକେଟ ଭାଙ୍ଗି ଚମ୍ପଟ ମାରିବାକୁ ଉଦ୍ୟମ କରୁଥିଲା l

ଲମତାପୁଟ : ବିଶେଷ ସୂତ୍ରରୁ ଖବର ପାଇ ମାଛକୁଣ୍ଡ ପୋଲିସ ଗଞ୍ଜେଇ ଚୋରା ଚାଲାଣ ରୋକିବା ପାଇଁ ଶଗର ଗ୍ରାମ ନିକଟରେ ନାକାବନ୍ଦୀ କରିଥିଲେ l ଦ୍ରୁତ ଗତିରେ ଆସୁଥିବା ବୋଲେରୋ ଗାଡି ପୋଲିସକୁ ଦେଖି ବ୍ୟାରେକେଟ ଭାଙ୍ଗି ଚମ୍ପଟ ମାରିବାକୁ ଉଦ୍ୟମ କରୁଥିଲା l ପୋଲିସ ପିଛା କରିବା ଦେଖି ନିକଟସ୍ଥ ଜଙ୍ଗଲ ଭିତରକୁ ଯାଇ ଗାଡି ଛାଡି ମାଫିଆ ଫେରାର ହୋଇଯାଇଥିଲା l

ପୋଲିସ ଗାଡ଼ିକୁ ଯାଞ୍ଚ କରିବାରୁ ୫ ଟି ବସ୍ତାରୁ ଏକ କୁଇଣ୍ଟାଲ ଗଞ୍ଜେଇ ବାହାର କରିଥିଲା l  ଏହି ଗଞ୍ଜେଇ ଆନ୍ଧ୍ରପ୍ରଦେଶରୁ ଓଡିଶା ଦେଇ ବାହାର ରାଜ୍ୟକୁ ଚୋରା ଚାଲାଣ ହେଉଥିବା ଜଣାପଡ଼ିଛି l ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି l ବୋଲେରୋରେ ଲାଗିଥିବା ନମ୍ବର ପ୍ଲେଟ ଇଂଜିନ ନମ୍ବର ଏବଂ ଚେସିସ ନମ୍ବରକୁ ଯାଞ୍ଚ କରିବା ପରେ ଗାଡି ମାଲିକ ନାମରେ NDPS ମାମଲା ରୁଜୁ କରି ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ପୋଲିସ l

ସେହିଭଳି ପାଡୁଆ ପୋଲିସ ଚାଟୁଆ ନିକଟରେ ନାକବନ୍ଦୀ କରି ଗାଡି ଯାଞ୍ଚ କରୁଥିବା ସମୟରେ ଆନ୍ଧ୍ରରୁ ଏକ ଅଟୋ ଦ୍ରୁତ ଗତିରେ ଆସୁଥିବା ଦେଖା ଯାଇଥିଲା l ତେବେ ପୋଲିସ ଦେଖି ଅଟୋ ଛାଡି ଚମ୍ପଟ ମାରିଥିଲା ଡ୍ରାଇଭର l ଅଟୋ ରୁ ପ୍ରାୟ ୮୮ କେଜି ଗଞ୍ଜେଇ ଜବତ କରିଛି ପୋଲିସ l ଏହାର ମୂଲ୍ୟ ପ୍ରାୟ ୯ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.