କୂଅ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା କି ଆତ୍ମହତ୍ୟା ଚାଲିଛି ତଦନ୍ତ

ରାୟଗଡ଼ା(କେନ୍ଯୁଜ୍): କୂଅ ଭିତରେ ଝୁଲନ୍ତା ମୃତଦେହ। ରାୟଗଡ଼ା ମୁନିଗୁଡ଼ା ଥାନା ଦୁବେ କଲୋନୀସ୍ଥିତ ଏକ ବନ୍ଦ ଥିବା ଘରର ପଛ ପଟ କୂଅରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ପ୍ରକାଶ ସାହା।

ଖବର ପାଇ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି। ମୃତଦେହକୁ ବ୍ୟବଛେଦ ପାଇଁ ପଠାଯାଇଛି। ତେବେ ଏହା ହତ୍ୟା କି ଆତ୍ମହତ୍ୟା ସେନେଇ ଜଣାପଡିନି। ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ କହିଛି।