Below header

ଆସନ୍ତା ୫ ତାରିଖରୁ ଖୋଲିବ ଜିମ୍‌ ଓ ଯୋଗ ସେଣ୍ଟର,ଜାରି ହଲା ଏସଓପି

କେନ୍ୟୁଜ୍(ବ୍ୟୁରୋ):  ଜୀମର ଯୋଗାଭ୍ୟାସ କରୁଥିବା  ବ୍ୟକ୍ତିମାନଙ୍କ ପାଇଁ ଖୁସି ଖବର । ଅନଲକ ୩ରେ ଜିମ୍ କେନ୍ଦ୍ର ଗୁଡିକ ଖୋଲିବାକୂ ଅନୁମତି ଦେଇଛନ୍ତି କେନ୍ଦ୍ରସରକାର।  ଆସନ୍ତା ୫ ତାରିଖରୁ ଖୋଲିବ ଜିମ୍‌ ଓ ଯୋଗ ସେଣ୍ଟର। ଏଥିପାଇଁ ଆସିଲା ଏସଓପି । କେନ୍ଦ୍ର ସ୍ୱସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଛି ଏସଓପି । ଜିମ୍‌ନାସିୟମ ଓ ଯୋଗ କେନ୍ଦ୍ରରେ କଣ ସବୁ କଟକଣା ପାଳନ କରାଯିବ, ତାକୁ ନେଇ ଗାଇଡଲାଇନ୍‌ ଜାରି ହୋଇଛି।

  •   ଅତି କମ୍‌ରେ ୬ ଫୁଟ ଦୂରତା ରକ୍ଷା କରିବାକୁ ହେବ।
  • ଫେସ୍‌ କଭର ବା ମାସ୍କକୁ ବାଧ୍ୟତାମୂଳକ କରାଯାଇଛି।
  • ବ୍ୟାୟାମ କଲାବେଳେ ଭାଇଜର ବ୍ୟବହାର କରିବାକୁ କୁହାଯାଇଛି।
  • ମାସ୍କ ବ୍ୟବହାର, ବିଶେଷ କରି ଏନ-୯୫ ମାସ୍କ ବ୍ୟବହାର ଶ୍ୱାସ କ୍ରିୟାରେ ବାଧା ସୃଷ୍ଟି କରିପାରେ । ତେଣୁ ବ୍ୟାୟାମ ବେଳେ ଭାଇଜର ବ୍ୟବହାର କରିବାକୁ କୁହାଯାଇଛି।
  •  ସାବୁନରେ ୪୦ ରୁ ୬୦ ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇବାକୁ ହେବ ।
  • ହ୍ୟାଣ୍ଡ ସାନିଟାଇଜର ବ୍ୟବହାର ପାଇଁ କୁହାଯାଇଛି।
  • ଯୋଗ ଓ ଜିମନାସିୟମ ପରିସରରେ ଛେପ ପକାଇାବା ନିଷେଧ ।
  • ସମସ୍ତଙ୍କୁ ଆରୋଗ୍ୟ ସେତୁ ଆପ୍‌ ଇନଷ୍ଟଲ କରିବାକୁ ପରାମର୍ଶ ଦିଆଯାଇଛି।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.