ରାକ୍ଷୀରେ ଗ୍ରାହକ ମାନଙ୍କ ପାଇଁ Samsung ଆଣିଲା ଧମାକାଦାର ଅଫର, ଏହି ସ୍ମାର୍ଟ ଫୋନ ଗୁଡିକରେ ମିଳିବ ୨୦୦୦ ଟଙ୍କା ପର୍ଯ୍ୟନ୍ତର ରିହାତି

ରକ୍ଷାବନ୍ଧନ ଅବସରରେ ସାମସଙ୍ଗ ଇଣ୍ଡିଆ କମ୍ପାନୀ ନିଜ ଗ୍ରାହକ ମାନଙ୍କୁ ଏକ ସାନଦାର ଅଫର ଦେଇଛ । ଏହି ନୂଆ ଅଫର ଅନୁଯାୟୀ ଏଣିକି ସାମସଙ୍ଗର ତିନି ତିନିଟି ସ୍ମାର୍ଟଫୋନକୁ ଶସ୍ତା ଦରରେ କିଣା ଯାଇପାରିବ ଲଞ୍ଚ ହୋଇଥିବା ନୂଆ ଅଫର ଅନୁଯାୟୀ ସାମସଙ୍ଗ ଗାଲାକ୍ସି A 71, ଗ୍ୟାଲେକ୍ସି A 51 (8GB ) ଓ ଗ୍ୟାଲେକ୍ସି A 51 (6GB) କୁ ୨୦୦୦ ଟଙ୍କା ପର୍ଯ୍ୟନ୍ତର କମ ଦରରେ ୟୁଜର ମାନେ କିଣିପାରିବେ ଲାଗୁ ହୋଇଥିବା ନୂଆ ଦର ଅନୁଯାୟୀ ଏହି ତିନି ଫୋନକୁ ଯଥାକ୍ରମେ ୩୦୯୯୯ ଟଙ୍କା, ୨୫୯୯୯ ଟଙ୍କା ଓ ୨୩୯୯୯ ଟଙ୍କାରେ କିଣା ଯାଇପାରିବ ଏହା ବାଦ ଯଦି ଆପଣ ଏଚଡ଼ିଏଫସି ବା ଏସବିଆଇ କାର୍ଡରେ ପେମେଣ୍ଟ କରିବେ ତ ୨୫୦୦ଟଙ୍କା ପର୍ଯ୍ୟନ୍ତର କ୍ୟାସବ୍ୟାକ ପାଇପାରିବାର ସୁବିଧା ମଧ୍ୟ ରହିଛି

Samsung Galaxy A71 Reviews - TechSpot

 

ସୂଚନା ଦେବା ଯୋଗ୍ୟଯେ ଏହି ଫୋନରେ ଡୁଆଲ ସିମ କାର୍ଡ ସହ ଏଣ୍ଡ୍ରଏଡ଼ ୧୦ ସପୋର୍ଟ ବି ମିଳିଯାଇପାରିବ ଫୋନରେ ୬.୭ ଇଞ୍ଚର ଫୁଲ ଏଚଡ଼ି ପ୍ଲସର ସୁପର ଏମୋଲେଡ ଡିଷ୍ପ୍ଲେ ସୁବିଧା ବି ଦିଆଯାଇଛି ଯାହାର ରିଜୋଲୁସନ ୧୦୮୦ x ୨୪୦୦ ପିକସଲ ରହିବ ଏହି ଫୋନ ଗୁଡିକରେ କ୍ବାଲକମ ସ୍ନାପଡ୍ରାଗନ ୭୩୦ ଅକଟାକୋର ପ୍ରୋସେସରର ସୁବିଧା ବି ଦିଆଯାଇଛି ସୂଚନା ଦେବା ଉଚିତ ହେବକି, ସାମସଙ୍ଗର ଏହି ସ୍ମାର୍ଟଫୋନ ଗୁଡିକରେ ଚାରୋଟି ରିୟର କ୍ୟାମେରା, ଯେଉଁଥିରେ ମେନ କ୍ୟାମେରାରେ ୬୪ ମେଗା ପିକସଲର ଅପଚର, ଦ୍ଵିତୀୟ ଲେନ୍ସ ଟି ୧୨ ମେଗାପିକସଲର ଅଲଟ୍ରା ବ୍ବାଇଣ୍ଡ, ତୃତୀୟ ଲେନ୍ସ ୫ ମେଗା ପିକସଲର ଡେ଼ପଥ ଓ ଚତୁର୍ଥ ଲେନ୍ସ ୫ ମେଗାପିକସଲର ମାକ୍ରୋ ଲେନ୍ସ ବିଶିଷ୍ଟ ରହିଛି

ସେଲ୍ଫି ପାଇଁ ଏଥିରେ ୩୨ ମେଗାପିକସଲର ଫ୍ରଣ୍ଟ କ୍ୟାମେରା ସୁବିଧା ମଧ୍ୟ ଦିଆଯାଇଛି ଅନ୍ୟପକ୍ଷରେ କନେକଟିଭିଟି ପାଇଁ ଏଥିରେ 4G VoLTE , Wi -Fi, ବଳୁଟୁଥ, ଜିପିଏସ ସମେତ ୟୁଏସବି ଟାଇପ -ସି ଚାରଜିଙ୍ଗ ପୋର୍ଟ ବି ମିଳିପାରିବ ଏହାବାଦ ଏହି ଫୋନରେ ଇନ- ଡିଷ୍ପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ପରି ଅତ୍ୟାଧୁନିକ ସିଷ୍ଟମ ବି ରହିଛି ଏହି ଫୋନରେ 4500 mAh ବ୍ୟାଟେରୀ ବ୍ୟବସ୍ଥା ଥିବା କାରଣରୁ ଯାହାଦ୍ୱାରା 25 watt ଫାଷ୍ଟ ଚାରଜିଙ୍ଗ ହୋଇ ପାରିବ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.