Below header

ଆଷାଢ଼ରେ ବୈଶାଖର ତାତି; ଦିନ ସାଢ଼େ ୧୧ଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୪୨ ପାର୍‌

ଭୀଷଣ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିରେ ଆଉଟୁ ପାଉଟୁ ଲୋକେ । ତେବେ ଏତିକିରେ ତ୍ରାହି ମିଳିବନି । ଆହୁରି ୩ ଦିନ ଜଳାଇବ, ସିଝାଇବ ଓ କଲବଲ କରିବ ।

ଭୁବନେଶ୍ୱର (କେନ୍ୟୁଜ): ପୁଣି ସକାଳୁ ସକାଳୁ ଜାଳିଲାଣି ଖରା । ଆଷାଢ଼ରେ ପ୍ରଚଣ୍ଡ ତାତିରେ ଜଳୁଛି ସାରା ରାଜ୍ୟ । ଭୀଷଣ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିରେ ଆଉଟୁ ପାଉଟୁ ଲୋକେ । ତେବେ ଏତିକିରେ ତ୍ରାହି ମିଳିବନି । ଆହୁରି ୩ ଦିନ ଜଳାଇବ, ସିଝାଇବ ଓ କଲବଲ କରିବ । ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୪୨ ପାର୍‌ କରିଛି । ତାପମାତ୍ରା ରହିଛି ୪୨.୨ ଡିଗ୍ରୀ ସେଲସିୟସ ।

୨୦ ତାରିଖ ଯାଏ ତାତିରୁ ନିସ୍ତାର ନାହିଁ । ସିଭିୟର ହିଟ୍‌େଓ୍ଵଭ୍‌ ନେଇ ଆଜି ପାଇଁ ପଶ୍ଚିମ ଓଡ଼ିଶାର ୫ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ପଶ୍ଚିମ ଓଡ଼ିଶାର ୫ ଜିଲ୍ଲା ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼ ଓ ସୋନପୁରକୁ ଅତି ଭୀଷଣ ଗ୍ରୀଷ୍ମପ୍ରବାହ ନେଇ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି ହୋଇଛି । ଗତକାଲି ଏହି ସମୟରେ ଥିଲା ୪୧.୬ ଡିଗ୍ରୀ ଥିଲା । ରାଜ୍ୟର ୪ ସହର ତାପମାତ୍ରା ଦିନ ସାଢ଼େ ୧୧ଟା ସୁଦ୍ଧା ୪୨ ଡିଗ୍ରୀ ପାର କରିଛି । ସମ୍ବଲପୁର, ହୀରାକୁଦ, ଭୁବନେଶ୍ୱର ଓ ଝାରସୁଗୁଡା ୪୨ ଡିଗ୍ରୀ ପାର କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.