ସୂର୍ଯ୍ୟମୁଖୀ ଫୁଲ ମଞ୍ଜି ଖାଇଲେ ସୁସ୍ଥ ରହିବ ହାର୍ଟ, ଆଜି ହିଁ କରନ୍ତୁ ଡାଏଟରେ ସାମିଲ

ସୂର୍ଯ୍ୟମୁଖୀ ଫୁଲର ମଞ୍ଜି ଏକ ସୁପର ଫୁଡ ଭାବେ ଜଣା । ଏଥିରେ କ୍ୟାଲସିୟମ, ପ୍ରୋଟିନ, ଫାଇବର, ଫୋଲେଟ, ଜିଙ୍କ, ଆଇରନ, ଭିଟାମିନ ଏ ଏବଂ ଭିଟାମିନ ବି୬ ମିଳିଥାଏ । ଆପଣ ଏହାକୁ ରୋଷ୍ଟ କରି ନିଜ ଡାଏଟରେ ସାମିଲ କରି ପାରିବେ । ଏହାକୁ ଖାଇବା ଦ୍ୱାରା ଶରୀରକୁ ଅନେକ ପ୍ରକାର ଲାଭ ମିଳିଥାଏ ।

ସୂର୍ଯ୍ୟମୁଖୀ ଫୁଲ ଦେଖିବାକୁ ଖୁବ ସୁନ୍ଦର ହୋଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଏହାର ମଞ୍ଜି ଆପଣଙ୍କୁ ଅନେକ ଲାଭ ଦେଇ ପାରିବ । ସୂର୍ଯ୍ୟମୁଖୀ ଫୁଲର ମଞ୍ଜି ଏକ ସୁପର ଫୁଡ ଭାବେ ଜଣା । ଏଥିରେ କ୍ୟାଲସିୟମ, ପ୍ରୋଟିନ, ଫାଇବର, ଫୋଲେଟ, ଜିଙ୍କ, ଆଇରନ, ଭିଟାମିନ ଏ ଏବଂ ଭିଟାମିନ ବି୬ ମିଳିଥାଏ । ଆପଣ ଏହାକୁ ରୋଷ୍ଟ କରି ନିଜ ଡାଏଟରେ ସାମିଲ କରି ପାରିବେ । ଏହାକୁ ଖାଇବା ଦ୍ୱାରା ଶରୀରକୁ ଅନେକ ପ୍ରକାର ଲାଭ ମିଳିଥାଏ । ତେବେ ଆସନ୍ତୁ ଜାଣିବା ଏହି ମଞ୍ଜିରୁ କଣ ଲାଭ ମିଳିଥାଏ ।

ସୂର୍ଯ୍ୟମୁଖୀ ଫୁଲର ମଞ୍ଜି ରୋଷ୍ଟ କରି ଖାଇବା ଦ୍ୱାରା ହାଡ଼ ମଜବୁତ ରହିଥାଏ । କାରଣ ଏଥିରେ କ୍ୟାଲସିୟମ, ମ୍ୟାଗ୍ନେସିୟମ, ଭିଟାମିନ ଇ ଭରପୁର ମାତ୍ରାରେ ମିଳିଥାଏ । ଏହି ମଞ୍ଜି ଖାଇବା ଦ୍ୱାରା ହାଡ଼ ସମ୍ବନ୍ଧୀୟ ଅନେକ ରୋଗ ଯେପରିକି ବୋନ ଡେନ୍‌ସିଟି କମ ହେବା, ଅର୍ଥରାଇଟିସ, ଅଷ୍ଟିଓଆଥ୍ରାଇଟିସ୍‌ ଏବଂ ଗଣ୍ଠି ଯନ୍ତ୍ରଣା ପରି ରୋଗ ଦୂର ହୋଇଥାଏ ।

ସୂର୍ଯ୍ୟମୁଖୀ ଫୁଲ ମଞ୍ଜିରେ ମ୍ୟାଗ୍ନେସିୟମର ମାତ୍ରା ରହିଥାଏ, ଯାହା ଆପଣଙ୍କ ମସ୍ତିଷ୍କ ପାଇଁ ଲାଭଦାୟକ ହୋଇଥାଏ । ମସ୍ତିଷ୍କ ଶାନ୍ତ ରହିବା ସହିତ ଆପଣଙ୍କ ଷ୍ଟ୍ରେସ ଦୂର ହୋଇଥାଏ । ମସ୍ତିଷ୍କର କାର୍ଯ୍ୟକୁ ଠିକ କରିବା ସହ ମନେ ରଖିବାର ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ ।

ଏହି ମଞ୍ଜି ଖାଇବା ଦ୍ୱାରା ହୃଦୟ ସହ ଜଡ଼ିତ ରୋଗ କମ ହୋଇଥାଏ । ଏଥିରେ ଥିବା ଭିଟାମିନ ସି, ଭିଟାମିନ ଏ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରକ୍ତ ଚାପକୁ କଣ୍ଟ୍ରୋଲ କରିଥାଏ । କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିଥାଏ । ଏଥିରେ ଓଲେଏକ ଏବଂ ଲିନୋଲିକ ଫ୍ୟାଟି ଏସିଡ ମିଳିଥାଏ ଯାହା ଖରାପ କୋଲେଷ୍ଟ୍ରଲକୁ କମ କରିଥାଏ ଯାହା ଶରୀରକୁ ସୁସ୍ଥ ରଖିଥାଏ । ଏହା ହାର୍ଟକୁ ସୁରକ୍ଷିତ ରଖିଥାଏ ।

ସୂର୍ଯ୍ୟମୁଖୀ ଫୁଲର ମଞ୍ଜି ଦ୍ୱାରା ଡାଇବେଟିଜ୍‌ କୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ ମିଳିଥାଏ । କାରଣ ଏହାର ଗ୍ଲିସମିକ୍‌ ଇଣ୍ଡେକ୍ସ ବହୁତ କମ ହୋଇଥାଏ । ଯଦି ଡାଇବେଟିଜ୍‌ ରୋଗୀ ଏହାକୁ ଖାଇବେ ତେବେ ସେମାନଙ୍କୁ ଅନେକ ଲାଭ ମିଳିବ ।

ସୂର୍ଯ୍ୟମୁଖୀ ଫୁଲର ମଞ୍ଜିରେ ଫାଇବରର ମାତ୍ରା ପର୍ଯ୍ୟାପ୍ତ ପରିମାଣରେ ମିଳିଥାଏ, ଯାହା ହଜମ ପ୍ରକ୍ରିୟାକୁ ଠିକ ରଖିଥାଏ । ଏହାର ସେବନ ଦ୍ୱାରା ପେଟ ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.