Below header

ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ, ବିଭିନ୍ନ ସ୍ଥାନରେ ୧୦ଡିଗ୍ରୀ ତଳେ ରହିଛି ପାରଦ

ଭୁବନେଶ୍ବର (କେନ୍ୟୁଜ୍) : ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ବିଭିନ୍ନ ସ୍ଥାନରେ ପାରଦ ୧୦ଡିଗ୍ରୀ ତଳେ ରହିଛି। ପ୍ରବଳ ଜାଡରେ ଜନଜୀବନ ଅସ୍ତବ୍ୟସ୍ତ। ଥଣ୍ଡା ସାଙ୍ଗକୁ ଘନ କୁହୁଡି ଯୋଗୁଁ ଯାତାୟତରେ ମଧ୍ୟ ବାଧା ସୃଷ୍ଟି ହେଉଛି। ଆହୁରି ୨ ଦିନ ପର୍ଯ୍ୟନ୍ତ ଥଣ୍ଡା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉତ୍ତର ଭାରତରେ ଖସୁଛି ପାରଦ। ପ୍ରବଳ ଥଣ୍ଡା ସାଙ୍ଗକୁ ଭୟଂକର କୁହୁଡି। ଜମ୍ମୁ-କାଶ୍ମୀର ଓ ଲଦାଖରେ ତୁଷାରପାତ ଜାରି ରହିଥିବା ବେଳେ ଦିଲ୍ଲୀ, ପଂଜାବ, ହରିଆଣାରେ ଶୀତ ଲହରୀ ଆକ୍ତାମାକ୍ତା କରିଛି। ହିସାରରେ ସର୍ବନିମ୍ନ ୪.୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ଦିଲ୍ଲୀର ତାପାମତ୍ରା ଥିଲା ୯.୮ ଡିଗ୍ରୀ । ଭୀଷଣା ଥଣ୍ଡା ସାଙ୍ଗକୁ ଘନ କୁହୁଡି ଜୀବନଯାତ୍ରାକୁ ପ୍ରଭାବିତ କରିଛି। କୁହୁଡି ଯୋଗୁ ବିମାନ ଓ ଟ୍ରେନ୍‌ ଚଳାଚଳରେ ମଧ୍ୟ ବ୍ୟାଘାତ ସୃଷ୍ଟି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.