ସୋସିଆଲ ମିଡିଆରେ ସୋନା ମହାପାତ୍ରଙ୍କୁ ଅମୀର ତନୟା ଇରା ଖାନ ଲେଖିଲେ ଏପରି, ଦେଖନ୍ତୁ ପୋଷ୍ଟ

ଅମୀର ତନୟା ଇରା ଖାନ ଇନଷ୍ଟାଗ୍ରାମରେ ବହୁତ ଆକ୍ଟିଭ ରହିଥାନ୍ତି ଏବଂ ନିଜର ଫ୍ୟାନ ମାନଙ୍କ ପାଇଁ ସେ ଫଟୋ ମଧ୍ୟ ପୋଷ୍ଟ କରିଥାନ୍ତି । ନିକଟରେ ସେ ଏକ ପୋଷ୍ଟ କରିଛନ୍ତି ଯାହାକୁ ସେ ପ୍ରସିଦ୍ଧ ଗାୟିକା ସୋନା ମହାପାତ୍ରଙ୍କୁ ଡେଡିକେଟ କରିଛନ୍ତି । ତେବେ ତାଙ୍କର ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ସେ ତାଙ୍କର ଏହି ପୋଷ୍ଟରେ ଲେଖିଥିଲେ ” ପ୍ରଥମଥର ପାଇଁ ମୁଁ କୌଣସି ସ୍ଥାନରେ ପର୍ଫର୍ମ କରୁଛି, ଆପଣଙ୍କ ଭଳି ଜଣେ ବ୍ୟକ୍ତିତ୍ୱ ମୁଁ ନିଜ ଭିତରେ ଦେଖିବାକୁ ଚାଁହୁଛି । ଲଭ ସୋନା ଆଣ୍ଟି” ।


ଇରାଙ୍କ କ୍ୟାରିୟର କଥାକୁ ନେଇ ଅମୀର ଏକ ଶୋ ରେ କହିଥିଲେ ଯେ ତାଙ୍କ ଝିଅ ଇରାର ଫିଲ୍ମ ମେକିଙ୍ଗରେ ଏବଂ ପୁଅ ଜୁନୈଦଙ୍କର ଅଭିନୟରେ ଆଗ୍ରହ ରହିଛି । ନିଜ ପିତାଙ୍କର କଥାକୁ ଠିକ ପ୍ରମାଣିତ କରିବାକୁ ଯାଇ ଅଭିନୟ ସ୍ଥାନରେ ଆଜି ଡାଇରେକସନରେ କାମ ଆରମ୍ଭ କରିସାରିଛନ୍ତି ଇରା । ସେ ଥିଏଟର ପ୍ରଡକ୍ସନ “Euripides’ Media”ରୁ ନିଜର ଡାଇରେକ୍ଟରାଲ ଡେବ୍ୟୁ କରିଥିଲେ । “Euripides’ Media”ଗ୍ରୀକର ସବୁଠାରୁ ଲୋକପ୍ରିୟ ମିଡ଼ିଆ ଭିତରେ ଗୋଟିଏ ଯେଉଁଥିରେ ଅମୀରଙ୍କ ପୁଅ ଜୁନୈଦଙ୍କ ସହିତ ଅଭିନେତ୍ରୀ ହେଜଲ କିଚ ଓ ଅନ୍ୟ କଳାକାର ମାନେ ମଧ୍ୟ ରହିଛନ୍ତି ।

Image result for ira khan

ଇରା ଖାନଙ୍କ ସହିତ କାମକଲା ପରେ ହେଜଲ କହିଥିଲେ “ସେ ବହୁତ ୟଙ୍ଗ ଅଛନ୍ତି କିନ୍ତୁ ମୋତେ ଲାଗେ କି ସେ ଏତେ କମ ବୟସରୁ ମଧ୍ୟ ବହୁତ ଏକ୍ସପିରିଏନ୍ସ କରିସାରିଛନ୍ତି । ସେ ଚରିତ୍ରର ଗମ୍ଭିରତାକୁ ବହୁତ ଭଲଭାବେ ବୁଝିଥାନ୍ତି । ଏକ ଜଟିଳ ପ୍ଲେ ରେ ଇରା ଫ୍ରେସନେସ ଏବଂ ନୂଆ ଧାରଣା ନେଇଆସନ୍ତି । ଇରା ଯାହାବି କରିଥାନ୍ତି ସେ ବହୁତ କନଫିଡେନ୍ସର ସହିତ କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.