ବଲାଙ୍ଗିର : ପ୍ରଧାନଶିକ୍ଷକ ନିଲମ୍ବିତ, ଅନ୍ୟ ୫ ଜଣ ଶିକ୍ଷକଶିକ୍ଷୟିତ୍ରୀଙ୍କୁ କାରଣଦର୍ଶାଅ ନୋଟିସ

ବଲାଙ୍ଗିର (କେନ୍ୟୁଜ୍) : ଠେଲକୋମୁଣ୍ଡା ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷକ ସୁବଳ ରାଉତ ନିଲମ୍ବିତ । ଅନ୍ୟ ୫ ଜଣ ଶିକ୍ଷକଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ କରାଯାଇଛି। ସ୍କୁଲରେ ମଧ୍ୟାହ୍ନ ଭୋଜନରେ ଶିକ୍ଷକ,ଶିକ୍ଷୟିତ୍ରୀ ଭାତ ସହ ଚିକେନ ଖାଇବାର ଫଟୋ ଭାଇରାଲ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସ୍କୁଲକୁ ସିଆରସିସି ପରିଦର୍ଶନରେ ଆସିଥିବା ବେଳେ, ତାଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀ ଖାଇବା ବେଳେ ସେଲଫି ନେଇଥିଲେ । ସେମାନଙ୍କ ଅନେକ ସୁସ୍ୱାଦୁ ଖାଦ୍ୟ ପରସା ଯାଇଥିଲା । ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.