ଆଉ କେଇ ଘଣ୍ଟାର ଅପେକ୍ଷା, ଆରମ୍ଭ ହୋଇଯିବ ବାରବାଟୀ ଲଢେଇ

କଟକ (କେନ୍ୟୁଜ୍) : ଆଉ କେଇ ଘଣ୍ଟାର ଅପେକ୍ଷା। ଆରମ୍ଭ ହୋଇଯିବ ବାରବାଟୀ ଲଢେଇ। ସବୁଠି ବାରବାଟୀ ଦିନିକିଆର ଚର୍ଚ୍ଚା । ଏଥିପାଇଁ ରାଜ୍ୟ ତଥା ଦେଶର କୋଣ ଅନୁକୋଣରୁ ଦର୍ଶକ ଆସିଲେଣି କଟକ । ଦୁଇ ବର୍ଷ ପରେ କ୍ରିକେଟ ଫେରିଛି ବାରବାଟୀ । କ୍ରିକେଟ କ୍ରେଜରେ ସାରା ଓଡ଼ିଶା । କିଏ ହିଟମ୍ୟାନ୍‌ ରୋହିତଙ୍କ ବ୍ୟାଟରୁ ଆଉ ଗୋଟିଏ ହିଟ୍‌ ଇନିଂସ ଆଶା ରଖିଛି ତ କେହି ରନ୍‌ ମେସିନ୍‌ କୋହଲିଙ୍କ ଧମାକାଦାର କମବ୍ୟାକ୍‌ ନେଇ ଆଶାବାଦୀ । ସୁପର ସନ୍‌ଡେରେ ହାଇଭୋଲଟେଜ୍‌ ମ୍ୟାଚ୍‌ ଦେଖିବାକୁ ସମସ୍ତ ଅପେକ୍ଷା କରିଛନ୍ତି । ସିରିଜ ହାତେଇବା ଲକ୍ଷ୍ୟରେ ଉଭୟ ଟିମ୍‌। ମ୍ୟାଚ୍‌ ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।  ବାରବାଟୀକୁ ପାଣି ବୋତଲ,କଏନ,ଖାଦ୍ୟ ପୁଡ଼ିଆ ମନା କରାଯାଇଛି। ଟିକେଟ ଥାଇ ବି ମଦ ପିଇ ଗଲେ ପୋଲିସ ବିଦା କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.