Below header

ରାଜ୍ୟରେ ୧୨ଟି ଜିଲ୍ଲାରେ ଅନୁଭୂତ ହେବ ପ୍ରବଳ କୁହୁଡି, ଥଣ୍ଡା ବୃଦ୍ଧି ଯୋଗୁ କମିବାରେ ଲାଗିଛି ତାପମାତ୍ରା

ଭୁବନେଶ୍ବର: ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି । ଅଧିକାଂଶ ଅଞ୍ଚଳରେ ଘନ କୁହୁଡି ଅନୁଭୂତ ହେଉଛି । ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟରେ ଶୀତ କମିଥିବା ବେଳେ ଏବେ କୁହୁଡି ଦେଖିବାକୁ ମିଳିଛି ।

ଆଜି ବି ଭୁବନେଶ୍ୱର ଓ କଟକରେ ପ୍ରବଳ କୁହୁଡି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ସକାଳୁ କୁହୁଡି ପରିମାଣ ଏତେ ରହୁଛି ଯେ ରାସ୍ତାଘାଟ ଦେଖାଯାଉନି । ବିଶେଷକରି ଜାତୀୟ ରାଜପଥରେ ଗାଡି ଚଳାଚଳରେ ବାଧା ସୃଷ୍ଟି ହେଉଛି । ରାଜ୍ୟରେ ୧୨ଟି ଜିଲ୍ଲାରେ କୁହୁଡି ଅନୁଭୂତ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.