ନିଜ ବିବାହରେ ସୋନୁଙ୍କୁ ବିହାର ଡାକିଲେ ଯୁବତୀ, ସୋସିଆଲ ମିଡିଆରେ ନିମନ୍ତ୍ରଣ ସ୍ୱୀକାର କରି ଏମିତି ପ୍ରତିକ୍ରିୟା ଦେଲେ ଅଭିନେତା

ଅଭିନେତା ସୋନୁ ସୁଦ୍‌ ଏବେ କେବଳ ଜଣେ କଳାକାର ଭାବେ ନୁହେଁ ବରଂ ଅସହାୟ ଓ ଗରିବଙ୍କ ପାଇଁ ଦେବଦୂତ ମଧ୍ୟ ସାଜିଛନ୍ତି। କରୋନା ମହାମାରୀ ଯୋଗୁ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ବେଳେ ସେ ହଜାର ହଜାର ଲୋକଙ୍କୁ ସାହାଯ୍ୟ କରିଥିଲେ। ଏଣୁ ଲୋକମାନେ ଏବେ ତାଙ୍କୁ ଭଗବାନ ଭାବେ ପୂଜା କରୁଛନ୍ତି। ସେହିପରି ଆଉ କିଛି ଲୋକ ସୋନୁଙ୍କ ପାଇଁ ସୋସିଆଲ ମିଡିଆରେ ସ୍ୱତନ୍ତ୍ର ପୋଷ୍ଟ ମଧ୍ୟ କରୁଛନ୍ତି।

ଏବେ ସୋନୁ ସୁଦ୍‌ଙ୍କୁ ବିହାରର ଜଣେ ଯୁବତୀ ନିଜ ବିବାହରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଛନ୍ତି। ଯୁବତୀଙ୍କର ଏହି ନିମନ୍ତ୍ରଣକୁ ଅଭିନେତା ସ୍ୱୀକାର କରିଛନ୍ତି। ଟ୍ଵିଟରରେ ବିହାର ବାସିନ୍ଦା ନେହା ନାମ୍ନୀ ଯୁବତୀ ସୋନୁ ସୁଦ୍‌ଙ୍କୁ ବିବାହ ପାଇଁ ନିମନ୍ତ୍ରଣ କାର୍ଡ ପଠାଇଛନ୍ତି। ନେହା ନିଜ ବିବାହ କାର୍ଡର ଫଟୋ ସେୟାର କରି ଲେଖିଛନ୍ତି ‘କ୍ଷମା ଚାହୁଁଛି ସାର ଉତ୍ସାହରେ ଆପଣଙ୍କ ନାଁ ଲେଖିବାକୁ ଭୁଲିଗଲି। ବିବାହରେ ଆପଣ ଆସିଲେ ମୁଁ ଦୁନିଆର ସବୁଠୁ ଭାଗ୍ୟଶାଳୀ ଝିଅ ହେବି। ମୁଁ ଆପଣଙ୍କ ଅପେକ୍ଷା କରିବି’।

ନେହାଙ୍କ ଏହି ନିମନ୍ତ୍ରଣକୁ ସୋନୁ ସୁଦ୍‌ ସ୍ୱୀକାର କରିଛନ୍ତି। ଏଥିସହ ମଜାକ୍‌ରେ ଟ୍ଵିଟରରେ ନିଜ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ସୋନୁ ଲେଖିଛନ୍ତି ‘ଚାଲ ବିହାରର ବିବାହ ଦେଖିବା’। ଏହି ଟ୍ଵିଟ୍‌ରେ ସୋନୁଙ୍କ କିଛି ଫ୍ୟାନ୍‌ ବି ନିଜ ପ୍ରତିକ୍ରିୟା ଦେଇଛନ୍ତି।

sonu2

ପ୍ରକାଶ ଯେ ଏହା ପୂର୍ବରୁ ସୋନୁଙ୍କର ଜଣେ ଫ୍ୟାନ୍‌ ତାଙ୍କ ପ୍ରତିମୂର୍ତ୍ତି ତିଆରି କରି ପୂଜା କରିଥିଲେ। ସେତେବେଳେ ଏହା ବେଶ୍‌ ଚର୍ଚ୍ଚାର ବିଷୟ ସାଜିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.