Below header

ଲଗାଣ ବର୍ଷାରେ ଜଳବନ୍ଦୀ କଟକ, ରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି

କଟକ(କେନ୍ୟୁଜ୍): ଲଗାଣ ବର୍ଷାରେ କଟକରେ ଜଳବନ୍ଦୀ। ରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି। କେଉଁଠି ପାଦେ ପାଦେ ତ ଆଉ କେଉଁଠି ଆଣ୍ଠୁଏ ଲେଖାଏଁ ପାଣି ଜମିଛି। କଟକ ସହରର ବାଦାମବାଡ଼ି, କେଶରପୁର, ବିଡାନାସୀ, ତିନି କୋଣିଆ ବଗିଚା, ମେରିଆ ବଜାର, ତୁଳସୀପୁର, ଣିସଚ଼ ରୋଡ୍‌ ଆଦି ପ୍ରମୁଖ ରାସ୍ତାରେ ଏମିତି ଅବସ୍ଥା ହୋଇଛି ଯେ, ଯାଆସ କରିବା ଏକ ପ୍ରକାର ମୁସ୍କିଲ ହୋଇଛି।

cuttack water ରାସ୍ତାରେ ୨ରୁ ୩ ଫୁଟର ପାଣି ବହୁଛି। ଲୋକଙ୍କ ଘରେ ବି ପଶିଛି ବର୍ଷା ପାଣି। ବୁଡ଼ିଛି ଆସବାବପତ୍ର। ବିଶେଷ କରି ତଳି ଅଞ୍ଚଳବାସୀଙ୍କ ଅବସ୍ଥା ସଙ୍ଗୀନ ହୋଇଛି। କିଛି ସ୍ଥାନରେ ଲୋକଙ୍କ ଘରେ ପାଣି ପଶିଥିବାରୁ ରୋଷେଇ ବି ବନ୍ଦ। ସିଏମ୍‌ସି ପକ୍ଷରୁ ଜଳ ନିଷ୍କାସନ ନେଇ ପଦକ୍ଷେପ ନେବା ଆରମ୍ଭ ହୋଇଛି। ଗତକାଲିଠାରୁ କଟକ ସହରରେ ବର୍ଷା ଲାଗି ରହିଛି। ଆଗକୁ ବର୍ଷା ଲାଗି ରହିଲେ ଅବସ୍ଥା ଅଧିକ ସଙ୍ଗୀନ ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.