Below header

୨୦୨୪ ସୁଦ୍ଧା ପ୍ରତ୍ୟେକ ଘରେ ମିଳିବ ପାଣି, ରାଜ୍ୟ ସହ ମିଶି କାମ କରିବେ କେନ୍ଦ୍ର ସରକାର

କେନ୍ଦ୍ର ସରକାର ୨୦୨୪ବର୍ଷ ସୁଦ୍ଧା ଦେଶରେ ପ୍ରତ୍ୟେକ ଘରେ ପାଇପ୍ ଲାଇନ୍ ସାହାଯ୍ୟରେ ପାଣି ପହଞ୍ଚାଇବା ପାଇଁ ‘ଜଳ ଜୀବନ ମିଶନ’ ଦ୍ବାରା ରାଜ୍ୟ ସରକାରଙ୍କ ସହ ମିଶି କାମ କରିବେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ଶୁକ୍ରବାର ଦିନ ବଜେଟ୍ ରେ ଏହାର ସୂଚନା ଦେଇ କହିଛନ୍ତି ଏହି ମିଶନ ମାଧ୍ୟମରେ କେନ୍ଦ୍ର ଏବଂ ରାଜ୍ୟର ଯୋଜନାକୁ ଯୋଡିବା ପାଇଁ କାମ କରାଯିବ। ଏହାଦ୍ବାରା ସ୍ଥାନୀୟ ସ୍ତରରେ ଜଳ ପ୍ରବନ୍ଧନ ଲୋକମାନଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ବର୍ଷା ଜଳ ସଂରକ୍ଷଣ, ଭୂ-ଜଳ ସଂରକ୍ଷଣ ପାଇଁ କାମ କରିବ। ଏହା ବ୍ୟତୀତ ପରିବାରରେ କାମ ପାଇଁ ପାଣି ବା ଅବଶିଷ୍ଟ ଜଳକୁ କୃଷି କାର୍ଯ୍ୟରେ ପୂନଃ ପ୍ରୟୋଗ କରିବା ପାଇଁ ମଧ୍ୟ ବ୍ୟବହାର କରାଯିବ।

drinking waterକେନ୍ଦ୍ର ସରକାରଙ୍କର ଭୁ-ଜଳ ସଂରକ୍ଷଣ ଏବଂ ପୂନର୍ଭରଣ ଉପରେ ବିଶେଷ ଦୃଷ୍ଟି ରହିବ। ଅର୍ଥମନ୍ତ୍ରୀଙ୍କ କହିବା ଅନୁଯାୟୀ ସରକାର ଦେଶରେ ବିଭିନ୍ନ ଜିଲ୍ଲାର ଏଭଳି ବ୍ଲକକୁ ଲକ୍ଷ୍ୟ ରଖିଛନ୍ତି, ଯେଉଁଠାରେ ଅତ୍ୟାଧିକ ଜଳ ଅଭାବ କାରଣରୁ ପରିସ୍ଥିତି ଦୟନୀୟ ଅବସ୍ଥାରେ ପଡ଼ିରହିଛି। ସରକାର ଜଳ ଶକ୍ତି ଅଭିଯାନ ଦ୍ବାରା ଏହି ବ୍ଲକମାନଙ୍କରେ ସୁଧାର ଆଣିବା ପାଇଁ ବିଭିନ୍ନ ଯୋଜନାରେ ଅନ୍ତର୍ଗତ ଉପଲବ୍ଧ ଅର୍ଥ ରାଶି ସହ ପ୍ରତିପୂରକ ବନରୋପଣ ନିଧି ପ୍ରବନ୍ଧନ ଏବଂ ଯୋଜନା ପ୍ରାଧିକରଣ ଦ୍ବାରା ଉପଲବ୍ଧ ଅତିରିକ୍ତ ରାଶି ଖର୍ଚ୍ଚ କରିବାର ସମ୍ଭାବନା ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.