Below header

ଆଗକୁ ଆସୁଛି ଲଘୁଚାପ, ହେବ ବଡ଼ ବର୍ଷା

ପୂର୍ବକେନ୍ଦ୍ରୀୟ ଓ ସଂଲଗ୍ନବର୍ତ୍ତୀ ଉତ୍ତରପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ୱେଲମାର୍କଡ ଲୋ ପ୍ରେସରରେ ପରିଣତ ହେବ ।

କେନ୍ୟୁଜ୍(ବ୍ୟୁରୋ): ଘୂର୍ଣ୍ଣିବଳୟ ସକ୍ରିୟ । ଆଗକୁ ଲଘୁଚାପ । ଆସୁଛି ବଡ଼ ବର୍ଷା । ମିଆଁମାରା ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ରହିଛି । ୨୪ ଘଣ୍ଟାରେ ଏହା ଲଘୁଚାପର ପରିଣତ ହେବ । ପୂର୍ବକେନ୍ଦ୍ରୀୟ ଓ ସଂଲଗ୍ନବର୍ତ୍ତୀ ଉତ୍ତରପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ୱେଲମାର୍କଡ ଲୋ ପ୍ରେସରରେ ପରିଣତ ହେବ । ପରବର୍ତ୍ତୀ ୪୮ ଘଣ୍ଟାରେ ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ପହଞ୍ଚିବ । ଏହି ସୂଚନା ଦେଇଛି ଭାରତୀୟ ପଣିପାଗ ବିଭାଗ । ପ୍ରଭାବରେ କାଲିଠୁ ୩ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । କାଲିଠୁ ବର୍ଷା ପରିମାଣ ବଢ଼ିବ । ଆସନ୍ତାକାଲି ପ୍ରବଳ ବର୍ଷା ପାଇଁ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ୩୦ ତାରିଖରେ ପ୍ରବଳ ବର୍ଷା ସମ୍ଭାବନା ପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ୧ ଓ ୨ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ କିଛି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ଗୋଟିଏ ପଟେ ବଙ୍ଗୋପସାଗରରେ ଲଘୁଚାପ ଆସୁଥିବା ବେଳେ ଅନ୍ୟପଟେ ଦେଶରୁ ଫେରୁଛି ମୌସୁମୀ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଅପସାରଣ ପ୍ରକ୍ରିୟା ଜାରି ରହିଛି । ଉତ୍ତର ପଶ୍ଚିମ ଭାରତରୁ ମୌସୁମୀ ଫେରିବା ପାଇଁ ପାଗ ଅନୁକୂଳ ରହିଛି। ଦୁଇରୁ ୩ ଦିନ ଭିତରେ ଫେରିଯିବ। ଏବର୍ଷ ୮ ଦିନ ବିଳମ୍ବରେ ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଛି। ସାଧାରଣତଃ ସେପଟେମ୍ବର ୧୭ରୁ ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଥାଏ। ଏବର୍ଷ ସେପ୍ଟେମ୍ବରରେ ଭଲ ବର୍ଷା ହୋଇଥିବାରୁ ପ୍ରତ୍ୟାବର୍ତ୍ତନ ବିଳମ୍ବ ହୋଇଥିବା ଭାରତୀୟ ପାଣିପାଗ ବିଭାଗ କହିଛି । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.