ବିଶ୍ୱକପ ପୂର୍ବରୁ ଆଫଗାନିସ୍ତାନ ଟିମକୁ ଝଟକା, ଦିନିକିଆ ଫର୍ମାଟରୁ ସନ୍ନ୍ୟାସ ନେଲେ ନବୀନ ଉଲ ହକ୍‌

ବିରାଟ କୋହଲିଙ୍କ ସହିତ ଆଇପିଏଲ ୨୦୨୩ରେ ଝଗଡା କରିଥିଲେ ନବୀନ ଉଲ ହକ୍‌ । ଆଉ ଏବେ ବିଶ୍ୱକପ ପୂର୍ବରୁ ଦିନିକିଆ ଫର୍ମାଟରୁ ସନ୍ନ୍ୟାସ ନେବା ଘୋଷଣା କରିଛନ୍ତି । ବିଶ୍ୱକପ ଖେଳିବା ପରେ କ୍ରିକେଟର ଦିନିକିଆ ଫର୍ମାଟରୁ ସନ୍ନ୍ୟାସ ନେବେ ବୋଲି କହିଛନ୍ତି ନବୀନ ।

ଆଫଗାନିସ୍ତାନର ଯୁବ କ୍ରିକେଟର ନବୀନ ଉଲ ହକ ଦିନିକିଆ କ୍ରିକେଟ କ୍ୟାରିଅରରୁ ସନ୍ନ୍ୟାସ ନେଇଛନ୍ତି । ବହୁତ କମ୍‌ ଦିନରେ ନବୀନ ଉଲ ହକଙ୍କ ସନ୍ନ୍ୟାସ ବିଶ୍ୱ କ୍ରିକେଟରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ବିଶ୍ୱକପ ଖେଳିବାକୁ ଆଫଗାନିସ୍ତାନ ଟିମ ଭାରତରେ ପହଞ୍ଚିଛି । ଭାରତ ପହଞ୍ଚିବା ପରେ ନବୀନ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ଦିନିକିଆରୁ ସନ୍ନ୍ୟାସ ନେଇଛନ୍ତି । ନବୀନଙ୍କ ଏଭଳି ନିଷ୍ପତ୍ତିରେ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ନବୀନ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ଲେଖିଛନ୍ତି, ମୋ ଦେଶ ପାଇଁ ନେତୃତ୍ୱ କରିବା ମୋ ପାଇଁ ବହୁତ ଗର୍ବର ବିଷୟ । କିନ୍ତୁ ଏହି ବିଶ୍ୱକପ ପରେ ଦିନିକିଆ ଫର୍ମାଟରୁ ସନ୍ନ୍ୟାସ ନେବା ପାଇଁ ଘୋଷଣା କରୁଛି । କେବଳ ଟି ୨୦ ଫର୍ମାଟରେ ଖେଳିବ ।

 

View this post on Instagram

 

A post shared by Naveen ul haq Murid (@naveen_ul_haq)

ତେବେ ଏଭଳି ନିଷ୍ପତ୍ତି ନେବା ସହଜ ନୁହେଁ । କିନ୍ତୁ ଖେଳ କ୍ୟାରିଅର ଆଗକୁ ବଢାଇବା ପାଇଁ ଏଭଳି କଠିନ ନିଷ୍ପତ୍ତି ନେବାକୁ ପଡିଛି । ମୁଁ ଆଫାଗାନିସ୍ତାନ କ୍ରିକେଟ ବୋର୍ଡ ଏବଂ ସମସ୍ତ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଉଛି ।

ସୂଚନାଯୋଗ୍ୟ, ଦିନିକିଆ ବିଶ୍ୱକପରେ ଆଫଗାନିସ୍ତାନ ଟିମ ପ୍ରଥମ ମ୍ୟାଚ ଅକ୍ଟୋବର ୭ ତାରିଖରୁ ବାଂଲାଦେଶ ବିପକ୍ଷରେ ଖେଳିବ । ଟିମ ଭାରତ ସହିତ ୧୧ ଅକ୍ଟୋବରରେ ମ୍ୟାଚ ଖେଳିବ । ନବୀନ ଏପର୍ଯ୍ୟନ୍ତ ୭ଟି ଦିନିକିଆ ଖେଳିଥିବା ବେଳେ ୧୪ଟି ଓ୍ଵିକେଟ ନେଇଛନ୍ତି ।

୨୦୨୩ ଆଇପିଏଲ ସମୟରେ ନବୀନ ଏବଂ ବିରାଟ କୋହଲିଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଯାହାକୁ ନେଇ ବେଶ୍‌ ଚର୍ଚ୍ଚା ମଧ୍ୟ ହୋଇଥିଲା । ଏହି ଯୁକ୍ତିତର୍କକୁ ନେଇ ଗୌତମ ଗମ୍ଭୀର ମଧ୍ୟ ନିଜର ପ୍ରତିକ୍ରିୟା ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.