ଛାଡନ୍ତୁ ଅଧିକ ଚିନ୍ତା କରିବା, ନଚେତ ଆପଣ ହୋଇପାରନ୍ତି ଏହି ସବୁ ରୋଗର ଶିକାର

ବର୍ତ୍ତମାନ ସମୟରେ ଲୋକମାନେ ଯେକୌଣସି କଥା ହେଉ ନା କାହିଁକି ଅଧିକ ଚିନ୍ତା କରୁଛନ୍ତି । ସେଥିପାଇଁ ଆଜି ଆମେ ଆପଣଙ୍କୁ ଜଣାଇବୁ ଅଧିକ ଚିନ୍ତା କରିବା ଦ୍ୱାରା କିଭଳି ଗମ୍ଭୀର ରୋଗ ହୋଇଥାଏ ।

ବର୍ତ୍ତମାନ ସମୟରେ ଲୋକମାନେ ଯେକୌଣସି କଥା ହେଉ ନା କାହିଁକି ଅଧିକ ଚିନ୍ତା କରୁଛନ୍ତି ।  ଯଦି ଆପଣ ଅଧିକ ଚିନ୍ତା କରନ୍ତି ତାହେଲେ ମସ୍ତିଷ୍କ ଏକ ପ୍ରକାରର ଷ୍ଟ୍ରେସ୍‌ରେ ରହିଥାଏ, ଯାହାର ପ୍ରଭାବ ଶରୀରର ଅନ୍ୟ ଅଙ୍ଗ ଓ ହର୍ମୋନାଲ ହେଲ୍ଥରେ ପଡିଥାଏ । ଏହା ବ୍ୟତୀତ ଷ୍ଟ୍ରେସ୍‌ ମଧ୍ୟ ହୋଇଥାଏ, ଭୋକ, ଶୋସ ହୁଏ ନାହିଁ ଏବଂ କେବେ କେବେ ଆପଣଙ୍କ ନିଦ ଉପରେ ମଧ୍ୟ ପ୍ରଭାବ ପଡିଥାଏ । ଏଭଳି ହେବା ଦ୍ୱାରା ଶରୀରରେ ଅନେକ ରୋଗ ହୁଏ ଏବଂ କେତେକ ଗମ୍ଭୀର ରୋଗର ବିପଦ ବଢିଯାଏ ।

ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଅଧିକ ଚିନ୍ତା କରିବା ଦ୍ୱାରା କିଭଳି ଗମ୍ଭୀର ରୋଗ ହୋଇଥାଏ ।

ହାଇ ବିପି  : ଅଧିକ ଚିନ୍ତା କରିବା ଦ୍ୱାରା ହୋଇପାରେ ହାଇ ବିପିର ସମସ୍ୟା । ଚିନ୍ତାରେ ରହିବା ଯୋଗୁ ହର୍ମୋନର ପ୍ରଡକ୍ସନ ବଢିଥାଏ । ତେବେ ଏହି ହର୍ମୋନ ହାର୍ଟ ବିଟ୍‌ ଏବଂ ବ୍ଲଡ୍‌ ଭେସେଲ୍ସ ବଢାଇଥାଏ । ଏଥିପାଇଁ କିଛି ସମୟ ପାଇଁ ଉଚ୍ଚ ରକ୍ତ ଚାପ ବଢିଯାଏ ।  ଯାହାଦ୍ୱାରା ଆପଣଙ୍କୁ ହାଇ ବିପିର ରୋଗ ହୋଇପାରେ ।

ନିଦ ନ ହେବା ସମସ୍ୟା : ଚିନ୍ତା ଅଧିକ କରିବା ଦ୍ୱାରା ନିଦ ନ ହେବା ଭଳି ସମସ୍ୟା ହୋଇପାରେ । ବାରମ୍ବାର ଆସୁଥିବା ଚିନ୍ତା ନିଦର ହର୍ମୋନକୁ ପ୍ରଭାବିତ କରିଥାଏ । ଏହା ବ୍ୟତୀତ ସ୍ଲିପ୍‌ ସାଇକ୍ଲିଗିଂରେ ମଧ୍ୟ ବାଧା ପ୍ରାପ୍ତ ହୋଇଥାଏ । ଯାହାଦ୍ୱାରା ଆପଣ ଇନସୋନ୍ମିୟା ଏବଂ ସ୍ଲିପ୍‌ ଏପ୍ରିୟା ଭଳି ରୋଗର ଶିକାର ହୋଇପାରନ୍ତି ।

ଡିପ୍ରେସନ୍‌ : ଡିପ୍ରେସନ୍‌ ଏପରି ଏକ ରୋଗ ଯାହା ଅଧିକ ଚିନ୍ତା କରିବା ଦ୍ୱାରା ହୋଇଥାଏ । କାରଣ ଅଧିକ ଚିନ୍ତା ଦ୍ୱାରା ଆପଣଙ୍କ ମସ୍ତିଷ୍କର ଗତିବିଧି ଧିର ହେବା ସହ ଚିନ୍ତା ଶକ୍ତିକୁ ପ୍ରଭାବିତ କରିଥାଏ । ଏହା ବ୍ୟତୀତ ଆପଣଙ୍କର ଦୁଃଖ ବଢିଥାଏ ଏବଂ ଏକା ରହିଥାନ୍ତି । ଯାହାଦ୍ୱାରା ଚିନ୍ତା ଅଧିକ ହୋଇଯାଏ ଏବଂ ଆପଣ ଡିପ୍ରେସନ୍‌କୁ ଯାଇପାରନ୍ତି ।

ଏନ୍ଜାୟଟି ଓ ପର୍ସନାଲିଟି ଡିସଅର୍ଡର : ଏନ୍ଜାୟଟି ଓ ପର୍ସନାଲିଟି ଡିସଅର୍ଡର ଅଧିକ ଚିନ୍ତା ଯୋଗୁ ହୋଇଥାଏ । ଯେବେ ଆପଣ ଅଧିକ ଚିନ୍ତା କରିଥାନ୍ତି, ସେତେବେଳେ ମନରେ ଅଧିକ ଡର ଲାଗିଥାଏ ।  ଏହି ଯୋଗୁ ଆପଣ ଭବିଷ୍ୟତର ଜିନିଷ ପାଇଁ ଚିନ୍ତିତ ହୋଇପାରନ୍ତି । ଯେବେ ଏହା ଗମ୍ଭୀର ରୂପ ନେଇ ଥାଏ, ସେତେବେଳେ ଏହା ଆପଣଙ୍କ ବର୍ତ୍ତମାନକୁ ମଧ୍ୟ ପ୍ରଭାବିତ କରିଥାଏ ଏବଂ ଆପଣ କୌଣସି ପର୍ସନାଲିଟି ଡିସଅର୍ଡର ଶିକାର ହୋଇପାରନ୍ତି । ସେଥିପାଇଁ ଏହି ଅଭ୍ୟାସରେ ସୁଧାର ଆଣନ୍ତୁ ଏବଂ ଅଧିକ ଚିନ୍ତା କରିବା ବନ୍ଦ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.